ସବୁ କଳ୍ପନାଜଳ୍ପନାର ହେଲା ଅନ୍ତ, ନୁସରତ୍ ଜାହାଁଙ୍କ ଛୁଆର ବାପାକୁ ନେଇ ହେଲା ବଡ଼ ଖୁଲାସା
Khabar Odisha:End-to-Speculation-Birth-Certificate-of-Nusrat-Jahans-Newborn-Son-Names-Yash-Dasgupta-as-Father

କୋଲକାତା, ସେପ୍ଟେମ୍ବର ୧୬ (ଖବର ଓଡ଼ିଶା): ବଙ୍ଗୀୟ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜାହାନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଦୀର୍ଘ ଦିନ ହେବ ବେଶ୍ ଚର୍ଚ୍ଚାରେ ରହିଆସିଛନ୍ତି । ପ୍ରଥମେ ନିଖିଲ ଜୈନଙ୍କ ଠାରୁ ଛାଡପତ୍ର ଖବର, ତା’ପରେ ଗର୍ଭବତୀ ହେବାର ଖବର ତାଙ୍କୁ ବିବାଦୀୟ କରିଛି । ନିକଟରେ ଅଭିନେତ୍ରୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ସେବେଠାରୁ ପ୍ରକୃତରେ ନୁସରତ୍ ଜାହାଁଙ୍କ ଛୁଆର ପିତା କିଏ ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବା ବେଳେ ବର୍ତ୍ତମାନ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି ।

ବାସ୍ତବରେ, କୋଲକାତା ମ୍ୟୁନିସିପାଲିଟି କର୍ପୋରେସନର ୱେବସାଇଟରେ ନୁସରତ୍‌ଙ୍କ ଶିଶୁର ଜନ୍ମ ପ୍ରମାଣପତ୍ରରେ ଶିଶୁର ନାମ ୟିଶାନ ଜେ ଦାସଗୁପ୍ତା ବୋଲି ଦର୍ଶାଯାଇଛି । ଯାହା ବର୍ତ୍ତମାନ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛି । କିଛି ଗଣମାଧ୍ୟମ ରିପୋର୍ଟ ଅନୂଯାଇ ସ୍ୱାମୀ ନିଖିଲ ଜୈନଙ୍କ ସହ ମତଭେଦ ପରେ ନୁସରତ ବଙ୍ଗୀୟ ଅଭିନେତା ୟଶ ଦାସଗୁପ୍ତାଙ୍କୁ ଡେଟ କରୁଛନ୍ତି ।

ବୁଧବାର ରାତିରେ ଅପଲୋଡ୍ ହୋଇଥିବା ଏହି ଅନଲାଇନ୍ ଜନ୍ମ ପ୍ରମାଣପତ୍ରରେ ପିତାଙ୍କ ନାମ ଦେବଶିଶ ଦାସଗୁପ୍ତ ବୋଲି ଉଲ୍ଲେଖ କରାଯାଇଥିବାରୁ ଏବେ ନୁସରତ୍ ଓ ୟଶ୍‌ଙ୍କ ସମ୍ପର୍କକୁ ନେଇ ଆରମ୍ଭ ହୋଇଛଇ ଚର୍ଚ୍ଚା ।

ଯଦିଓ ଜନ୍ମ ପ୍ରମାଣପତ୍ରରେ ୟଶଙ୍କ ବିଷୟରେ କିଛି ଉଲ୍ଲେଖ କରାଯାଇ ନାହିଁ, ତଥାପି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ହୁଗୁଳି ଜିଲ୍ଲାର ଚନ୍ଦିତାଲାରୁ ବିଜେପି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରି ହାରିଥିବା ଦେବାଶିଶ୍ ସାଗୁପ୍ତା ହେଉଛି ୟଶ ଦାସଗୁପ୍ତାଙ୍କ ସରକାରୀ ନାମ ।

୩୫ ବର୍ଷିୟ ୟଶ ଦାସଗୁପ୍ତଙ୍କୁ ନୁସରତଙ୍କ ସହ ଡାକ୍ତରଖାନାରେ ମଧ୍ୟ ଦେଖିବାକୁ ମିଳିଥିଲା । ଗତ ସପ୍ତାହରେ ନୁସରତ ଏବଂ ୟଶ କୋଲକାତା ମ୍ୟୁନିସିପାଲିଟି କର୍ପୋରେସନକୁ ଯାଇଥିଲେ । ସୂତ୍ରରୁ ଜଣାପଡିଛି ଯେ ଉଭୟ କୋଭିଡ -୧୯ ଟିକା ନେବାକୁ ଆସିଥିଲେ, କିନ୍ତୁ ସେମାନେ ସେମାନଙ୍କ ଛୁଆର ଜନ୍ମ ପ୍ରମାଣପତ୍ର ନେଇ ଏଠାକୁ ଆସିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

  • Tags:

Subscribe

National International State Sports Entertainment