ଡ୍ରଗ୍ସ ଲିଙ୍କ ମାମଲା, ଏନସିବି ସାମ୍ନାରେ ହାଜର ହେଲେ ପ୍ରଭାକର ସେଲ୍‌, କିରଣ ଗୋସାଭି
Khabar Odisha:Drugs-link-case-Prabhakar-Kiran-Gosavi-appear-before-NCB
ମୁମ୍ବାଇ, ନଭେମ୍ବର ୯(ଖବର ଓଡିଶା):

ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଏମସିବି ସାକ୍ଷୀ କିରଣ ଗୋସାଭିଙ୍କୁ ପୁଣେ କୋର୍ଟ ହେପାଜତକୁ ଆଉ ଗୋଟିଏ ଦିନ ବଢା ଦେଇଛନ୍ତି । ଆଜି ମଧ୍ୟ ଗୋସାଭିଙ୍କୁ ପୋଲିସ ହେପାଜତରେ ରହିବାକୁ ପଡିବ । ଏହି ଠକେଇ ମାମଲାରେ ନଭେମ୍ବର ୮ ପର୍ଯ୍ୟନ୍ତ ଶାହାରୁଖ ପୁଅ ଆର୍ଯ୍ୟନ ଖାନଙ୍କ ଡ୍ରଗ୍ସ ମାମଲାର ସାକ୍ଷୀ କିରଣ ଗୋସାଭିଙ୍କୁ ପୋଲିସ ହେପାଜତରେ ରଖିବାକୁ ପୁଣେ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ଗୋସାଭିଙ୍କ ସମସ୍ୟା ବଢୁଥିବା ଜଣାପଡିଛି । 

ଅକ୍ଟୋବର ୨୮ରେ କିରଣ ଗୋସାଭିଙ୍କୁ ଗିରଫ କରାଯାଇଥିଲା ଏବଂ କୋର୍ଟ ତାଙ୍କୁ ନଭେମ୍ବର ୮ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଥିଲା । କିନ୍ତୁ ବର୍ତ୍ତମାନ ଗୋସାଭିଙ୍କ ହେପାଜତକୁ ବୃଦ୍ଧି କରାଯାଇଛି । କିିନ୍ତୁ ବର୍ତ୍ତମାନ ଗୋସାଭିଙ୍କୁ ହେପାଜତକୁ ବୃଦ୍ଧି କରାଯାଇଛି । ବିଦେଶରେ ଚାକିରି ପାଇବା ବାହାନାରେ ଗୋସାଭି କିଛି ଲୋକଙ୍କୁ ନକଲ କରିଥିବା ଅଭିଯୋଗ ହୋଇଛି । 

ତେବେ ଗୋସାଭି ମାଲେସିଆରେ ଚାକିରୀ କରିବାର ପ୍ରତିଶୃତି ଦେଇ ତିନି ଜଣଙ୍କଠାରୁ ଚାରି  ଲକ୍ଷ ଟଙ୍‌କା ନେଇଥିଲେ ମାତ୍ର ସେ ଦେଇଥିବା ପ୍ରତିଶୃତି ପୂରଣ କରିପାରିନଥିଲେ ଏବଂ ଲୋକଙ୍କୁ ଚାକିରୀ ଦେବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ଗୋଟିଏ ପରେ କିରଣ ଗୋସାଭିଙ୍କ ହେପାଜରେ ଅବଧି ବଢିଥିବା ବେଳେ ଅନ୍ୟ ପଟେ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଏମସିବିର ସାକ୍ଷୀ ପ୍ରଭାକର ସେଲ ମଧ୍ୟ ସୋମବାର ମୁମ୍ବାଇରେ ଏନସିବିର ଭିଜିଲାନ୍ସ ଟିମରେ ହାଜର ହୋଇଥିଲେ । 

  • Tags:

Subscribe

National International State Sports Entertainment