‘ବୟକଟ୍’ ଟ୍ରେଣ୍ଡରେ ଥାଇ ବି ବାଜି ମାରିଛି 'ବ୍ରହ୍ମାସ୍ତ୍ର', ‘ବାହୁବଳୀ’ର ରେକର୍ଡ ବି ଭାଙ୍ଗିଛି ମୁମ୍ବାଇ, ସେପ୍ଟେମ୍ବର ୧୦(ଖବର ଓଡିଶା): Share story: ବକ୍ସ ଅଫିସରେ ରଣବୀର କପୁରଙ୍କ 'ବ୍ରହ୍ମାସ୍ତ୍ର' ଭଲ ପ୍ରଦର୍ଶନ କରୁଛି। ପ୍ରଥମ ଦିନରେ ଏହି ଫିଲ୍ମ ବିଶ୍ୱ ସ୍ତରରେ ୭୫ କୋଟି ଟଙ୍କା ଆୟ କରିଛି। କେବଳ ଭାରତରେ ଏହା ୩୬ କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇଛି। ତେବେ କୋଭିଡ୍ ମହାମାରୀ ପରେ ଏହା ହେଉଛି ସବୁଠାରୁ ଅଧିକ ରୋଜଗାର କରିଥିବା ହିନ୍ଦୀ ଫିଲ୍ମ ବୋଲି ଚର୍ଚ୍ଚା ହେଉଛି। ଫିଲ୍ମ ହଲରେ ହାଉସ୍ଫୁଲ୍ ହୋଇଛି। ଦର୍ଶକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଅନେକ ପ୍ରମୁଖ ସହରରେ ସକାଳର ଶୋ ଆରମ୍ଭ ହୋଇଛି ଏବଂ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶୋ’ ଚାଲୁଛି। ତେବେ ଫିଲ୍ମର କ୍ରେଜ୍ ଏପରି ହୋଇଛି ଯେ ରୋଜଗାର କ୍ଷେତ୍ରରେ ଏହା ବିଶ୍ୱସ୍ତରରେ ‘ବାହୁବଳୀ-୧’ର ରେକର୍ଡ ଭାଙ୍ଗିଛି। ହିସାବ ଦେଖିଲେ ରଣବୀର ପ୍ରଭାସଙ୍କୁ ପଛରେ ପକେଇ ଦେଇଛନ୍ତି। ପ୍ରଭାସଙ୍କ ‘ବାହୁବଳୀ’ ପ୍ରଥମ ଦିନରେ ବିଶ୍ୱସ୍ତରରେ ୭୩ କୋଟି ରୋଜଗାର କରିଥିବା ବେଳେ ରଣବୀରଙ୍କ ‘ବ୍ରହ୍ମାସ୍ତ୍ର’ ୭୫ କୋଟି ଟଙ୍କା ଆୟ କରି ଏହି ରେକର୍ଡ ଭାଙ୍ଗିଛି। ଖବର ଓଡ଼ିଶା, Reporter, 10/09/2022