ମା ହେବାକୁ ଯାଉଛନ୍ତି ଦୀପିକା ପାଦୁକୋନ । ରଣବୀର ସିଂହ ଏବଂ ଦୀପିକ ପାଦୁକୋନ ପ୍ରଥମ ଥର ପାଇଁ ବାପା ମା ହେବାକୁ ଯାଉଛନ୍ତି । ସେ ଇନ୍ଷ୍ଟାଗ୍ରାମ୍ ଷ୍ଟୋରୀରେ ପ୍ରଶଂସକଙ୍କ ପାଇଁ ତାଙ୍କର ନୂଆ ଫଟୋସୁଟ୍ର ଚିତ୍ର ଶେୟାର କରିଛନ୍ତି। ଫଟୋଗୁଡ଼ିକରେ ଅଭିନେତ୍ରୀଙ୍କୁ ଏକ ସୁନ୍ଦର ହଳଦିଆ ପୋଷାକରେ ଦେଖିବାକୁ ମିଳେ।
ତାଙ୍କ ମୁହଁରେ ଥିବା ଗ୍ଲୋ ସ୍ପଷ୍ଟ ଦେଖାଯାଉଛି। ଏହି ଫଟୋଗୁଡ଼ିକ ପ୍ରଶଂସକଙ୍କଠାରୁ ପ୍ରେମ ପାଇବାରେ ଲାଗିଛି। ଏହି ଫଟୋ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ତେବେ ଫଟୋଗୁଡ଼ିକରେ ମଧ୍ୟ ଅଭିନେତ୍ରୀ ନିଜ ବେବୀ ବମ୍ପ୍କୁ ଲୁଚାଇଥିବାର ନଜର ଆସିଛନ୍ତି।
ଫଟୋସୁଟର ଛବି ବ୍ୟତୀତ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଅଭିନେତ୍ରୀଙ୍କ ବେବୀ ବମ୍ପ ସ୍ପଷ୍ଟ ଦେଖାଯାଉଛି, ଯାହା ସେହି ଫଟୋସୁଟ୍ର, ଯାହାର ଫଟୋ ଦୀପିକା ଶେୟାର କରିଛନ୍ତି।
ଫେବୃଆରୀ ୨୯ ରେ ଗର୍ଭବତୀ ଥିବା ଘୋଷଣା କରିବାବେଳେ ଦୀପିକା ପାଦୁକୋନ ପ୍ରଶଂସକମାନଙ୍କୁ ସୂଚନା ଦେଇଥିଲେ ଯେ ପ୍ରସବ ତାରିଖ ସେପ୍ଟେମ୍ବରରେ ହେବ। ଏହା ପରେ ପ୍ରଶଂସକ ଏବଂ ସେଲିବ୍ରେଟିମାନେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଦୀପିକା ନିଜ ଇନଷ୍ଟାଗ୍ରାମରେ ଶେୟାର କରିଥିବା ଏହି ଭିଡିଓରେ ହସ ହସ ମୁହଁରେ ନଜର ଆସିଛନ୍ତି। ତାଙ୍କ ମୁହଁରୁ ଗର୍ଭଧାରଣର ଗ୍ଲୋ ସ୍ପଷ୍ଟ ଦେଖାଯାଉଛି। ଦୀପିକା ବହୁତ ସିମ୍ପଲ ଦେଖାଯାଉଛନ୍ତି। ସେ ତାଙ୍କ ଚୁଟିକୁ ପଛପଟେ ବାନ୍ଧିଛନ୍ତି। ଏବଂ ଓଠରେ ଲିପ୍ଷ୍ଟିକ୍ ଲଗଉଛନ୍ତି। ଏହି ସରଳ ଲୁକ୍ରେ ଦୀପିକା ବହୁତ ସୁନ୍ଦର ଦେଖାଯାଉଛନ୍ତି।
ଅଧିକା ପଢନ୍ତୁ: ବାତ୍ୟାର ରୂପ ନେଲା 'ରେମାଲ'