ଆସୁଛି ଦୀପିକାଙ୍କର ନୂଆ ଫିଲ୍ମ କଲକି ୨୮୯୮ AD । ସବୁ ଦର୍ଶକ ମାନେ ମଧ୍ୟ ଏହି ମୁଭି ପାଇଁ ବହୁତ ଅପେକ୍ଷା କରିଛନ୍ତି । ଦର୍ଶକଙ୍କ ମୁହଁରେ ଏବେ ଖାଲି ଦୀପିକାଙ୍କ ଗସିପ୍ । କାରାଣ କଲକି ଫିଲ୍ମ ଇଭେଣ୍ଟରେ ବେବି ବମ୍ପ ସହ କାତିଲାନା ଲୁକ୍ ଦେଇଛନ୍ତି । ବ୍ଲାକ୍ ଆଉଟ୍ଫିଟ୍ରେ ଦୀପିକା ଦିଶୁଥିଲେ ବହୁତ ସୁନ୍ଦର ।
ନିକଟରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ 'କାଲକି ୨୮୯୮ AD' ଇଭେଣ୍ଟରେ ପହଞ୍ଚିଥିଲେ । ଏହାପୂର୍ବରୁ ସେ ଏକ ଫଟୋସୁଟ କରିଥିଲେ ଆଉ ଫଟୋସବୁକୁ ସେ ଇନଷ୍ଟାଗ୍ରାମରେ ସେୟାର କରିଥିଲେ I ସେ କ୍ୟାପସନରେ ଲେଖିଥିଲେ, 'ଠିକ ଅଛି, ବର୍ତମାନ ମୁଁ ଏବେ ଭୋକିଲା ଅଛି I' ବର୍ତ୍ତମାନ ପ୍ରଶଂସକମାନେ ଦୀପିକା ଏବଂ ରଣଭୀର ସିଂଙ୍କର ତାଙ୍କର ପ୍ରଥମ ସନ୍ତାନ ଅପେକ୍ଷାରେ ଅଛନ୍ତି ।
ଦୀପିକାଙ୍କୁ ଆକ୍ସନ୍ ଅବତା ଅବତାର ପୁଣି ଥରେ ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ ଏବଂ ଫିଲ୍ମର ଟ୍ରେଲରରେ ଏହାର ଝଲକ ଦେଖିବାକୁ ମିଳିବ । ଫିଲ୍ମ କଲକି 2898 AD ୨୭ ଜୁନ୍ରେ ଜୁନ୍ରେ ମୁକ୍ତିଲାଭ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରର ବଜେଟ୍ ପ୍ରାୟ ୬୦୦ କୋଟି ଟଙ୍କା ଯାହା ବଡ ବଜେଟ୍ ଫିଲ୍ମ ହେବ । ତେବେ ନିକଟରେ ଫିଲ୍ମର ଗୋଟିଏ ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଅଭିନେତ୍ରୀ ଦୀପିକା ନଜର ଆସିଥିଲେ । ଆଉ ଦୀପିକାଙ୍କ ଏହି ଲୁକ୍କୁ ବେଶି ପସନ୍ଦ କରୁଛନ୍ତି ଫ୍ୟାନ୍ସ ।
ଅଧିକା ପଢନ୍ତୁ: ଶ୍ରବଣ ଶକ୍ତି ହରାଇଲେ ଅଲକା ୟାଗନିକ୍