ଦୀପିକା ପାଦୁକୋନ ଏବେ ଫିଲ୍ମ ଜଗତରୁ ଦୁରରେ ଅଛନ୍ତି । କାରଣ ଦୀପିକା ଏବେ ମା ହେବାକୁ ଯାଉଛନ୍ତି । ସେ ତାଙ୍କ ଗର୍ଭଧାରଣର ସମୟକୁ ଉପଭୋଗ କରୁଛନ୍ତି । ଏହାରି ଭିତରେ ସେ ଲୋକସଭା ନିର୍ବାଚନରେ ଭୋଟ୍ ଦେବାକୁ ପହଞ୍ଚିଛନ୍ତି। ଏହି ସମୟରେ ତାଙ୍କୁ ତାଙ୍କ ସ୍ୱାମୀ ତଥା ଅଭିନେତା ରଣବୀର ସିଂହଙ୍କ ସହ ଦେଖିବାକୁ ମିଳିଥିଲା। ଦୁହେଁ ଏକାଠି ଆସିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଏହି ଭିଡିଓରେ ଆପଣ ଦେଖିପାରିବେ ଯେ କାର୍ ଅଟକିବା ମାତ୍ରେ ରଣବୀର ତୁରନ୍ତ ତଳକୁ ଯାଇ ଦୀପିକା ପାଦୁକୋନ ଆଡକୁ ଆସନ୍ତି। ସୁରକ୍ଷାକର୍ମୀମାନେ ମଧ୍ୟ ଡୋର୍ ଖୋଲିଦିଅନ୍ତି, ଏହା ପରେ ରଣବୀର ସିଂହ ଦୀପିକାଙ୍କୁ ଧରି କାର୍ ଭିତରୁ ଓହ୍ଲାଇବାରେ ସାହାଯ୍ୟ କରନ୍ତି। ଏହି ସମୟରେ ଧଳା ଲମ୍ବା ସାର୍ଟ ଏବଂ ଡେନିମ୍ ଜିନ୍ସରେ ଦୀପିକା ଖୁବ ସୁନ୍ଦର ଦେଖାଯାଉଥିଲେ।
ଏହି ସମୟରେ ତାଙ୍କ ବେବୀ ବମ୍ପ୍ ମଧ୍ୟ ଦିଶୁଥିଲା। ତାଙ୍କୁ ଦେଖିଲେ ଲାଗୁଥିଲା ଯେପରି ସେ ଚାଲିବାରେ ଅସୁବିଧା ଭୋଗୁଛନ୍ତି। ସେ ରଣବୀରଙ୍କ ହାତ ଧରି ଅତି ଆରାମରେ ଆଗକୁ ଯାଉଥିବା ଦେଖିବାକୁ ମିଳେ।
ତେବ ସୂଚନା ଅନୁସାରେ, ଉଭୟ ରଣବୀର ସିଂହ ଏବଂ ଦୀପିକା ପାଦୁକୋନଙ୍କୁ ଏକାଠି 'ସିଙ୍ଘମ୍ ଏଗେନ୍' ରେ ଦେଖିବାକୁ ମିଳିବ। ଏହା ବ୍ୟତୀତ ରଣବୀର ସିଂହ ମଧ୍ୟ 'ଡନ୍ ୩' ପାଇଁ ଚର୍ଚ୍ଚାରେ ଅଛନ୍ତି। ରଣବୀର ସିଂହଙ୍କ ନାମ ଫିଲ୍ମ 'ଶକ୍ତିମାନ' ପାଇଁ ମଧ୍ୟ ଶୁଣାଯାଉଥିଲା କିନ୍ତୁ ବର୍ତ୍ତମାନ ଏନେଇ କୌଣସି ଅପ୍ଡେଟ୍ ଆସି ନାହିଁ।
ଅଧିକା ପଢନ୍ତୁ :ମତଦାନ କେନ୍ଦ୍ର ପାଲଟିଲା ରଣକ୍ଷେତ୍ର