ପ୍ରଖ୍ୟାତ ଅଭିନେତା ଋଷିି କପୁରଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ
Khabar Odisha:Condolences-to-rishi-Kapoor
ମୁମ୍ବାଇ, ଏପ୍ରିଲ୍ 30(ଖବର ଓଡ଼ିଶା):

 ଆଜି ପ୍ରଖ୍ୟାତ ଅଭିନେତା ଋଷି କପୁରଙ୍କ ଦେହାନ୍ତ ହୋଇଛି । ବଲିଉଡ୍ ଜଗତରେ ଶୋକର ଛାୟା ଖେଳିଯାଇଛି । ଋଷିି କପୁରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି ।

ଗତକାଲି ବଲିଉଡର ଏକ ପ୍ରସିଦ୍ଧ ଅଭିନେତା ଇରଫାନ ଖାନ୍ ଙ୍କ ପରଲୋକ ଘଟିଥିଲା ବେଳେ ଆଜି ମୁମ୍ୱାଇସ୍ଥିତ ଏକ ଘରୋଇ ହସ୍ପିଟାଲରେ ସକାଳ ୮ ଟା ୪୫ରେ  ଋଷିିକପୁର ଆଖି ବୁଜିଛନ୍ତି ।  କ୍ୟାନସରରେ ପୀଡ଼ିତ ଥିବା ଋୁଷି କପୁର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶେଷ ନିସ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 67 ବର୍ଷ ହୋଇଥିଲା । ତେବେ ଋୁଷି କପୁରଙ୍କ ମୃତ୍ୟୁ ଭାରତୀୟ ସିନେମା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ।  

ଋଷି କପୁରଙ୍କ ବିୟୋଗରେ ବଡ଼ ବଡ଼ ଅଭିନେତାଙ୍କଠୁ ଆରମ୍ଭ ରାଜନେତାମାନେ ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅଭିନେତା ଅମିତାଭ ବଚ୍ଚନ ଶୋକ ପ୍ରକାଶ କରିବା ସହ ଋୁଷି କପୁରଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

  • Tags:

Subscribe

National International State Sports Entertainment