ପରଲୋକରେ ହାସ୍ୟ ଅଭିନେତା ରବି ଶତପଥି । ଯାତ୍ରା ଜଗତ ପାଇଁ ଦୁଃଖ ଖବର ।୭୦ ବର୍ଷା ବୟସରେ ଯାତ୍ରା ଜଗତର ବର୍ଷୀୟାନ ଅଭିନେତା ରବି ଶତପଥୀ ଜୀବନ ଦୀପ ଲିଭିଗଲା । ହସ ବଜାରର ସେ ଥିଲେ ବେତାଜ ବାଦଶାହ । ତାଙ୍କର ସ୍ଥାନ ଆଉ କେହି ପୁରାଣ କରିବେନି । କ୍ୟାନ୍ସରରେ ପୀଡିତ ଥିବାରୁ ତାଙ୍କର ମୃତ୍ୟୁ ହୋଇଛି ।କୁଜଙ୍ଗ ବ୍ଲକ ଅନ୍ତର୍ଗତ ଆଗପାଳ ଗାଁରେ ସେ ଶେଷ ନିଃଶ୍ବସ ତ୍ୟାଗ କରିଛନ୍ତି । ତାଙ୍କ ଅଭିନୟକୁ ନି ସେ ଖୁବ ଚର୍ଚାରେ ଥିଲେ ।
ମଞ୍ଚରେ ପାଦ ରଖୁ ରଖୁ ଦର୍ଶକମାନେ କରତାଳିରେ ବର୍ଷା କରୁଥିଲେ । ତାଙ୍କର ଅସ୍ତ୍ରଥିଲା ଅଭିନୟ ଯାହାଦ୍ୱାରା ଲୋକଙ୍କୁ ହସି ହସି ବେଦମ କରିଦେଉଥିଲେ । ତାଙ୍କ ଚର୍ଚ୍ଚିତ ନାଟକ "ଶାଗୁଣା ବସିଛି ଡେଣା ମେଲେଇ"ରେ ପଦୁ ମହାନ୍ତି ଚରିତ୍ରରେ ସେ ଅଭିନୟ କରି ଓଡିଶାବାସୀଙ୍କ ପ୍ରିୟ ହୋଇପାରିଥିଲେ । ପ୍ରାୟ ୫୦୦ ରୁ ଅଧିକ ନାଟକରେ ସେ ହାସ୍ୟ ଅଭିନେତା ଭାବେ ଅଭିନୟ କରିଛନ୍ତି ।ତାଙ୍କର ନିଖୁଣ ଅଭିନୟ ପାଇଁ ସେ କମେଡି କିଙ୍ଗ ଭାବେ ସାରା ଓଡ଼ିଶାରେ ଲୋକପ୍ରିୟତା ହାସଲ କରିଛନ୍ତି । ତାଙ୍କର ଦେହାନ୍ତିରେ ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି ।
ଅଧିକ ପଢନ୍ତୁ : ମର୍ମନ୍ତୁଦ ସଡକ ଦୁର୍ଘଟଣା ଟ୍ରକ ଧକ୍କାରେ ୩ ମୃତ, ଜଣେ ଗୁରୁତର