ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ମା’ଙ୍କର ଦେହାନ୍ତ
Khabar Odisha:Bollywood-actress-Akshay-Kumars-mother-dies
ମୁମ୍ବାଇ, ସେପ୍ଟେମ୍ବର ୮(ଖବର ଓଡିଶା):

ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ମା’ ଅରୁଣା ଭାଟିଆଙ୍କର ଦେହାନ୍ତ ହୋଇଛି । ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି । 

ତେବେ କିଛି ଦିନ ହେବ ତାଙ୍କ ମାଙ୍କ ସ୍ୱାସ୍ଥାବସ୍ଥା ଖରାପ ହୋଇଥିଲା । ପରେ ତାଙ୍କୁ ମୁମ୍ବାଇର ହୀରାନନ୍ଦାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇ ଆଇସିୟୁରେ ରଖାଯାଇଥିଲା । ମାତ୍ର ଆଜି ତାଙ୍କର ପରଲୋକ ହୋଇଛି । 

ପୂର୍ବରୁ ବାପାଙ୍କ ହରାଇଥିବା ଖିଲାଡି ଷ୍ଟାର ଆଜି ମା’ଙ୍କୁ ହରାଇଛନ୍ତି । ମାଙ୍କ ବିୟୋଗରେ ପୂରା ଭାଙ୍ଗି ପଡିଛନ୍ତି ଅକ୍ଷୟ କୁମାର । ଏହାସହିତ ସେ ତାଙ୍କ ମାଙ୍କର ବହୁତ ନିକଟତର ଥିଲେ । ମୁଁ ଓ ମୋର ପରିବାର ଏବେ ଏକ କଷ୍ଟକର ସମୟ ଦେଇ ଗତି କରୁଥିବା କଥା ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । 

  • Tags:

Subscribe

National International State Sports Entertainment