ଅନୁଭବ-ବର୍ଷା ପାରିବାରିକ ବିବାଦରେ ନୂଆ ମୋଡ, ଅନୁଭବଙ୍କ ଘର ଛାଡିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ
Khabar Odisha:Barsa-instructed-to-leave-Anubhavs-house
କଟକ, ଜୁନ୍‌୨(ଖବର ଓଡିଶା):

ବହୁଚର୍ଚ୍ଚିତ ଷ୍ଟାର ଦମ୍ପତ୍ତି ଅର୍ଥାତ ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନ ପାରିବାରିକ ବିବାଦ ମାମଲା । ଏହି ଘଟଣାରେ ଆସିଛି ନୂଆ ମୋଡ । ଏବେ ଅନୁଭବଙ୍କ ଘର ଛାଡିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଏନେଇ କଟକ ଏସଡିଜେମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ପ୍ରତି ମାସରେ ରହଣି ପାଇଁ ବର୍ଷାଙ୍କୁ ମାସିକ ୩୦ ହଜାର ଟଙ୍କା ଦେବେ ଅନୁଭବ ମହାନ୍ତି । 

ପ୍ରତି ମାସର ୧୦ ତାରିଖ କିମ୍ବା ତା ପୂର୍ବରୁ ୩୦ ହଜାର ଟଙ୍କା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବାପା ମାଆ ଅସୁସ୍ଥ ଥିବାରୁ ଘର ଛାଡିବାକୁ ଆବେଦନ କରିଥିଲେ ଅନୁଭବ ମହାନ୍ତି । ତେବେ ଅନୁଭବଙ୍କ ପିଟିସନକୁ କୋର୍ଟ ଗ୍ରହଣ କରିଛନ୍ତି । ଏହାସହିତ ବର୍ଷା ପ୍ରିୟଦର୍ଶିନୀଙ୍କୁ ଘର ଛାଡିବାକୁ କହିଛନ୍ତି । 

ତେବେ ଲଗାତାର ଭାବେ ମାମଲାଟି କୋର୍ଟରେ ବିଚାରାଧୀନ ରହିଥିଲା । ଅନୁଭବଙ୍କ ପକ୍ଷରୁ ଆବେଦନ ମଧ୍ୟ କରାଯାଇଥିଲା । ବର୍ଷା ତାଙ୍କ ଘରେ ରହୁଛନ୍ତି ଏବଂ ଅନୁଭବଙ୍କ ବାପା ମାଆ ଅସୁସ୍ଥ ଥିବାରୁ ସେମାନଙ୍କୁ ଅସୁବିଧା ହେଉଛି । ସେହି ଆବେଦନକୁ କୋର୍ଟ ଗ୍ରହଣ କରିଛନ୍ତି । ଶେଷରେ ଅନୁଭବଙ୍କ ଘର ଛାଡିବାକୁ କଟକ ଏସଡିଜେମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

  • Tags:

Subscribe

National International State Sports Entertainment