ଭୁବନେଶ୍ୱର, ଜୁଲାଇ ୨୩(ଖବର ଓଡିଶା):
ଖାଲି ରାଜରାସ୍ତା ନୁହେଁ ଏବେ ଥାନାରେ ପହଞ୍ଚିଛି ବାବୁଶାନ ଓ ପ୍ରକୃତି ମିଶ୍ର ପ୍ରେମ କାହାଣୀ । ଖାରବେଳନଗର ଥାନାରେ ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର ତୃପ୍ତିଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି । ତେବେ ଏହାକୁ ନେଇ ଖାରବେଳନଗର ଥାନାରେ ବୋହୂଙ୍କ ସହ ଅପରାଜିତା ମହାନ୍ତି ପହଞ୍ଚିଥିଲେ ।
ଅପରାଜିତା ପ୍ରଥମେ ବୋହୂଙ୍କ ଘରେ ପହଞ୍ଚିଥିଲେ । ସେଠାରେ ତୃପ୍ତିଙ୍କ ସହ ମାଉସୀ ମଧ୍ୟ ମଧ୍ୟ ସେମାନଙ୍କ ସହ ଥାନାକୁ ଯାଇଥିଲେ । ପରେ ଖାରବେଳନଗର ଥାନାରେ ମାମଲା ରୁଜୁ କରିଥିବା ଯାହାକି ଜଣାପଡିଛି ।
ତେବେ ଏହି ଘଟଣାରେ ମୁହଁ ଖୋଲିଛନ୍ତି ବାବୁସାନଙ୍କ ପତ୍ନୀ ତୁପ୍ତି । ସେ କହିଛନ୍ତି ଯେ, ସତ୍ୟ ନଗର ଘରେ ବାବୁସାନ ଓ ପ୍ରକୃତି ଏକାଠି ରହୁଥିଲେ । ଏହାସହିତ ତୃପ୍ତି ଉଭୟଙ୍କୁ ଆଗରୁ ୩ ଥର ଧରିଛନ୍ତି । ସେମାନେ ଜାଗା ପରିବର୍ତ୍ତନ ମଧ୍ୟ କରୁଥିଲେ । ଆଗରୁ ଭୁବନେଶ୍ୱର, ଗୋଆ ଏବଂ ବମ୍ବେରୁ ଉଭୟଙ୍କୁ ଧରିଥିଲେ ।