ଭୁବନେଶ୍ୱର, ଜୁଲାଇ ୨୭(ଖବର ଓଡିଶା):
ବାବୁସାନ-ତୃପ୍ତି-ପ୍ରକୃତି ବିବାଦ ମାମଲା । ଏହି ମାମଲା ଗତ କିଛି ଦିନ ହେଲା ଚର୍ଚ୍ଚାରେ ରହିଛି । ଏହାରି ଭିତରେ ବାବୁସାନ ଆଜି ଭୁବନେସ୍ୱର ଫେରିଛନ୍ତି । ଏନେଇ ବାବୁସାନ କହିଛନ୍ତି ଯେ ପ୍ରଥମେ ବାପା ମାଆଙ୍କୁ ଦେଖା କରିଛି ଏବଂ ଯେତେବେଳେ ଯାହା କହିବା କଥା କହିବି ।
ତେବେ ଆଜି ବାବୁସାନ ଚେନ୍ନାଇରୁ ବିମାନ ଯୋଗେ ଭୁବନେଶ୍ୱରକୁ ଆସିଥିଲେ । ପରେ ଜଗନ୍ନାଥ ବିହାର ସ୍ଥିତ ତାଙ୍କର ଘରେ ପହଞ୍ଚିଥିଲେ । ତେବେ ବାବୁସାନଙ୍କୁ ନୋଟିସ୍ ମଧ୍ୟ ହୋଇଥିଲା ।
ଆଜି ତାଙ୍କର ବୟାନ ରେକର୍ଡ ମଧ୍ୟ ହୋଇପାରେ । ଏହାରି ଭିତରେ ହୋଇଥିବା ବିବାଦକୁ ନେଇ ବାବୁସାନ ମହାନ୍ତି କଣ କହୁଛନ୍ତି ତାକୁ ହିଁ ସମସ୍ତଙ୍କର ଅପେକ୍ଷା ରହିଛି ।