ସାତଜନ୍ମର ସାଥୀହେଲେ କ୍ରିକେଟର କେ.ଏଲ ରାହୁଲ ଓ ଅଭିନେତ୍ରୀ ଆଥିୟା ସେଟ୍ଟୀ । ୩ ବର୍ଷ ପରସ୍ପରକୁ ଡେଟ୍ କରିବା ପରେ ଶେଷରେ ବିବାହ ବନ୍ଧନରେ ବାନ୍ଧି ହେଲେ ଧରିଛନ୍ତି ଏହି ଚର୍ଚ୍ଚିତ ଯୋଡି । ଖଣ୍ଡାଲାରେ ଥିବା ସୁନୀଲ ସେଟୀଙ୍କ ଫାର୍ମ ହାଉସରେ ଧୁମଧାମରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି ।ବଲିଉଡ ର ଅନେକ ଜଣାଶୁଣା ନାମୀଦାମୀ କଳାକାର ବିବାହରେ ପହଁଚି ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ୨୧ ତାରିଖରୁ ମୁମ୍ବାଇରେ ଆଥିୟା -ରାହୁଲଙ୍କ ପ୍ରିୱେଡିଂ ପାର୍ଟିର ଆୟୋଜନ କରାଯାଇଥିଲା । ସଂଗୀତ, ମେହେନ୍ଦୀ ଶେଷ କରି ରବିବାର ପୂରା ପରିବାର ସହ ଖଣ୍ଡାଲାରେ ପହଁଚିଥିଲେ ଉଭୟ ଆଥିୟା ଓ ରାହୁଲ । ସେମାନଙ୍କ ବିବାହରେ ୧୦୦ ଜଣ ବଛା ବଛା ଅତିିଥୀ ସାମିଲ ହୋଇଥିଲେ । ସେପଟେ ଝିଅ ବିବାହ ପରେ ସୁନିଲ ସେଟ୍ଟୀ ମୁମ୍ବାଇରେ ଏକ ବଡ ରିସେପନ୍ସ ପାର୍ଟି ଦେବାକୁ ଯାଉଛନ୍ତି । ଯେଉଁଥିରେ ୩ହଜାର ଅଧିକ ଅତିଥୀ ସାମିଲ ହେବା ନେଇ ଜଣାପଡିଛି । ରିସେପନ୍ସ ପାର୍ଟିରେ ମଧ୍ୟ ସେଲିବ୍ରେଟିଙ୍କ ଠୁ ଆରମ୍ଭ କରି କ୍ରିଡାଜଗତର ନାମି ତାରକା ଓ ଶିଳ୍ପ ଜଗତର ପ୍ରତିଷ୍ଠିତ ବ୍ୟକ୍ତି ସାମିଲ ହେବେ । ବିବାହ ଉତ୍ସବରେ ସାମିଲ ଥିବା ଅତିଥିଙ୍କୁ ଭିଡିଓ ସୋସିଆଲ ମିଡିଆରେ କୌଣସି ଭିଡିଓ କିମ୍ବା ଫଟୋ ଶେୟାର କରିବାକୁ ଅନୁମତି ଦିଆଯାଇନାହିଁ । ଅନେକ ସମୟରେ ସୋସିଆଲ ମିଡିଆରେ ଏହି ଯୋଡି ଏକାଠି ଫଟୋ ଶେୟାର କରୁଥିବା ଦେଖିବାକୁ ମିଳିଥିଲା । ବିବାହ ପରେ ଆଥିୟା ନିଜ ସୋସିଆଲ ମିଡ଼ିଆ ପୋଷ୍ଟରେ ଫଟୋ ଶେୟାର କରି କହିଛନ୍ତି, ତୁମ ଚମକରେ ମୁଁ ପ୍ରେମ କରିବା ଶିଖିଛି। ଆଜି ଆମ ପ୍ରିୟଜନଙ୍କ ଉପସ୍ଥିତିରେ ଆମେ ବିବାହ କରିଛୁ । ଏହା ଆମକୁ ବହୁତ ଖୁସି ଦେଇଛି। ଆଗାମୀ ଯାତ୍ରା ପାଇଁ ସମସ୍ତଙ୍କ ଭଲ ପାଇବା ଓ ଆଶୀର୍ବାଦ ମଧ୍ୟ ସେ କାମନା କରିଛନ୍ତି ।ତେବେ ବାହାଘର ଫଟୋ ସାମ୍ନାକୁ ଆସିବା ପରେ ନବଦମ୍ପତିଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।