ବିରାଟ କୋହଲି ନୁହେଁ ରସିଦ ଖାନ ହେଇଛନ୍ତି ଅନୁଷ୍କାଙ୍କ ସ୍ବାମୀ, ଗୁଗୁଲ୍ ଦେଉଛି ଉତ୍ତର
Khabar Odisha:Anushka-Sharma-Wife-Of-Afghan-Cricketer-Rashid-Khan-On-The-Google-Search-Here-Why-This-Happens
ନୂଆଦିଲ୍ଲୀ, ଅକ୍ଟୋବର ୧୨ (ଖବର ଓଡ଼ିଶା):

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଗର୍ଭବତୀ ଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିବାବେଳେ ଗୁଗୁଲ୍ ତଥ୍ୟ ଅନୁସାରେ ସେ ଆଫଗାନିସ୍ତାନର ଜଣେ ଖେଳାଳିଙ୍କ ପତ୍ନୀ ବୋଲି ଜଣାପଡିଛି  । ନିକଟରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ସମୟରେ ଅନୁଷ୍କା ସ୍ୱାମୀ ବିରାଟ କୋହଲିଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା। ମାତ୍ର ଗୁଗୁଲ ସର୍ଚ୍ଚରେ ଅନୁଷ୍କା ଶର୍ମାଙ୍କ ତଥ୍ୟ ବିଭ୍ରାନ୍ତିକର ରହିଥିବା ଜଣାପଡିଛି 

ସେ ଆଫଗାନିସ୍ତାନ କ୍ରିକେଟର ରସିଦ ଖାନଙ୍କ ପତ୍ନୀ ବୋଲୁ ଗୁଗଲ୍ ସର୍ଚ୍ଚରୁ ତଥ୍ୟ ଦେଉଛି  କେବଳ ଏତିକି ନୁହେଁ, ସେମାନଙ୍କର ଏକ ଚିତ୍ର ଫଟୋ ମଧ୍ୟ ରହିଛି  । ସ୍କ୍ରିନସଟରେ ଏହାକୁ ସ୍ପଷ୍ଟ ଭାବରେ ଦେଖିପାରିବେ । ସମସ୍ତେ ଜାଣନ୍ତି ଯେ ଅନୁଷ୍କା ଶର୍ମା କ୍ରିକେଟର ବିରାଟ କୋହଲିଙ୍କ ପତ୍ନୀ, କିନ୍ତୁ ଗୁଗୁଲ ସର୍ଚ୍ଚରେ ରସିଦ ଖାନଙ୍କ ପତ୍ନୀ କାହିଁକି ଦେଖାଉଛି ।

1998 ରେ ଜନ୍ମ ହୋଇଥିବା ରସିଦ ଖାନ ଜଣେ ଆଫଗାନିସ୍ତାନ କ୍ରିକେଟର ଏବଂ ବର୍ତ୍ତମାନ ତାଙ୍କ ଦଳର ଡେପୁଟି ଅଧିନାୟକ। ସେ ଜୁନ୍ 11 ରେ ଭାରତ ବିପକ୍ଷରେ ଏକ ଟେଷ୍ଟ ମ୍ୟାଚ୍ ଖେଳିଥିବା 11 ଜଣ କ୍ରିକେଟରଙ୍କ ମଧ୍ୟରେ ଥିଲେ  । ଏହା ପରେ ସେ ବାଂଲାଦେଶ ବିପକ୍ଷ ଟେଷ୍ଟ ମ୍ୟାଚରେ ମଧ୍ୟ ଭାଗ ନେଇଥିଲେ।

ଗୁଗୁଲ୍ ସର୍ଚ୍ଚରେ ଅନୁଷ୍କା ଶର୍ମାଙ୍କ ନାମ କାହିଁକି ରସିଦ ଖାନଙ୍କ ପତ୍ନୀ ଭାବରେ ଆସୁଛି, ସମଗ୍ର ଘଟଣା 2018ରୁ ଆରମ୍ଭ ହୋଇଥିଲା   ବାସ୍ତବରେ ପ୍ରଶଂସକଙ୍କ ସହ ଚାଟ୍ ସେସନରେ ରସିଦ ଖାନଙ୍କୁ ଅନେକ ପ୍ରଶ୍ନ ପଚରାଯାଇଥିଲା | ଏହି ପ୍ରଶ୍ନଗୁଡିକ ମଧ୍ୟରୁ ଗୋଟିଏ ପଚରାଯାଇଥିଲା ବଲିଉଡରେ ତାଙ୍କର ପ୍ରିୟ ଅଭିନେତ୍ରୀ କିଏ? ରଶିଦ ଖାନ ଅନୁଷ୍କା ଶର୍ମା ଏବଂ ପ୍ରୀତି ଜିଣ୍ଟା ନାଁ ନେଇଥିଲେ। ସେବେଠାରୁ ଗୁଗୁଲ୍ ସର୍ଚ୍ଚରେ ରସିଦ ଖାନଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ନାମ ଏଠାରେ ଦେଖିବାକୁ ମିଳିଥିଲା। ଉଲ୍ଲେଖଯୋଗ୍ୟ ଯେ ଜୁଲାଇ 2020ରେ ଏକ ସାକ୍ଷାତକାର ସମୟରେ ରସିଦ କହିଥିଲେ ଯେ ସେ ଏପର୍ଯ୍ୟନ୍ତ ଅବିବାହିତ ।

ଅନୁଷ୍କା ଶର୍ମା 11 ଡିସେମ୍ବର 2017 ରେ ବିରାଟ କୋହଲିଙ୍କୁ ବିବାହ କରିଥିଲେ। ଅନୁଷ୍କା ଏବଂ ବିରାଟ କିଛି ଦିନ ପୂର୍ବରୁ ଘୋଷଣା କରିଥିଲେ ଯେ ଖୁବ୍ ଶୀଘ୍ର ଏକ ଛୋଟ ଅତିଥି ସେମାନଙ୍କ ଘରକୁ ଆସୁଛନ୍ତି । ଅନୁଷ୍କାଙ୍କୁ ଶେଷ ଥର ପାଇଁ ଜିରୋ ଫିଲ୍ମରେ ଦେଖିବାକୁ ମିଳିଥିଲା, ଯଦିଓ ସେ ତାଙ୍କ ପ୍ରଡକ୍ସନ୍ ହାଉସରେ ବହୁତ ବ୍ୟସ୍ତ ଥିଲେ   ସେ ୱେବ୍ ସିରିଜ୍ ପାତାଲ୍ ଲୋକ, OTT ପ୍ଲାଟଫର୍ମ ପାଇଁ ବୁଲବୁଲ୍ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ।

  • Tags:

Subscribe

National International State Sports Entertainment