ଅନୁଭବ-ବର୍ଷା ପାରିବାରିକ ବିବାଦ : ଆଜି କୋର୍ଟରେ ହାଜର ହେଲେ ସାଂସଦ ଅନୁଭବ ମହାନ୍ତି
Khabar Odisha:Anubhav-Barsha-Divorce-Case-Update

କଟକ, ଜୁନ୍ ୨୪ (ଖବର ଓଡ଼ିଶା): ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ପାରିବାରିକ ବିବାଦ ତୁଟିବାର ନାଁ ନେଉନି । ଆଜି ପୁଣି କୋର୍ଟରେ ହାଜର ହୋଇଛନ୍ତି । ବର୍ଷା କରିଥିବା ମାମଲାକୁ ନେଇ ଆଜି କଟକ ଫ୍ୟାମିଲି ଓ ଏସଡିଜେମ୍ କୋର୍ଟରେ ହାଜର ହୋଇଛନ୍ତି ଅନୁଭବ ମହାନ୍ତି ।

ପୂର୍ବରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ତାଙ୍କ ସ୍ୱାମୀଙ୍କ ନାମରେ ଓ ଶାଶୁଘର ଲୋକଙ୍କ ନାମରେ ପାରିବାରିକ ହିଂସା ଓ ମାନସିକ ଅତ୍ୟାଚାର ଭଳି ସଙ୍ଗୀନ ଆରୋପ ଲଗାଇ ପୁରୀଘାଟ ଥାନାରେ ବାରମ୍ବାର ଅଭିଯୋଗ କରିଆସିଛନ୍ତି । 

ଓାଂସଦ ଅନୁଭବ ମହାନ୍ତି ମଧ୍ୟ ବର୍ଷାଙ୍କୁ ଛାଡପତ୍ର ଦେବା ପାଈଁ ପଟିଆଲା କୋର୍ଟରେ ଆବେଦନ କରିଥିଲେ ତେବେ ଏହି ଦୁଇଟି ଯାକ ମାମଲା ଏବେ କଟକ ହାଇକୋର୍ଟ ସ୍ଥାନାନ୍ତରିତ ହେବା ପରେ ଏବେ ଏହି ଦୁଇ ଟି ଯାକ ମାମଲାର ଶୁଣାଣୀ କଟକ ଏସଡିଜେମ୍ ମୋର୍ଟରେ ହିଁ କରାଯାଉଛି ।

  • Tags:

Subscribe

National International State Sports Entertainment