ବଲିଉଡ୍ ର ଖିଲାଡୀ ଅକ୍ଷୟ କୁମାର ତାଙ୍କ ଅପକମିଙ୍ଗ ଫିଲ୍ମ ‘ସ୍କାଏ ଫୋର୍ସ’କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି । ନିକଟରେ ତାଙ୍କ ଫିଲ୍ମ ‘ଓଏମଜି ୨’ ରିଲିଜ କରାଯାଇଥିଲା । ଯାହାକି ବକ୍ସ ଅଫିସ୍ ରେ ବହୁତ ଭଲ ବ୍ୟବସାୟ କରିଥିଲା । ବର୍ତ୍ତମାନ ଖିଲାଡି କୁମାର ତାଙ୍କର ଅପକମିଂ ମୁଭି ‘ମିଶନ ରାନିଗଞ୍ଜ: ଦି ଗ୍ରେଟ ଭାରତ ରେସକ୍ୟୁ’ ରିଲିଜ ପାଇଁ ପ୍ରସ୍ତୁତ ହେଉଛନ୍ତି। ଅକ୍ଷୟ କୁମାରଙ୍କ ଏହି ଫିଲ୍ମଟି ଦିବଙ୍ଗଗତ 'ଜସବନ୍ତ ସିଂ ଗିଲ'ଙ୍କ ଜୀବନ ଉପରେ ଆଧାରିତ । ଜସବନ୍ତ ସିଂ ଗିଲ କୋଇଲା ଖାଦାନରେ ବନ୍ୟା ପାଣି ଭରି ଯାଇଥିବାରୁ ସେଠାରେ ଫସିଯାଇ ଥିବା ଶ୍ରମିକ ମାନଙ୍କର ଜୀବନ ରକ୍ଷା କରିଥିଲେ । ଏହି ଫିଲ୍ମରେ ଜସବନ୍ତ ସିଂ ଗିଲଙ୍କ ଭୂମିକାରେ ଅକ୍ଷୟ କୁମାର ଅଭିନୟ କରିଥିବା ବେଳେ ତାଙ୍କ ଅପୋଜିଟ ରେ ପରିଣୀତି ଚୋପଡାଙ୍କୁ ଦେଖାଯିବ । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଟିନୁ ସୁରେଶ ଦେଶାଇ ।
ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ-ଶାସ୍ତ୍ରୀ ଜୟନ୍ତୀ ଅବସରରେ ଅକ୍ଷୟ କୁମାର ତାଙ୍କର ନୂଆ ପ୍ରୋଜେକ୍ଟର ଘୋଷଣା କରିଛନ୍ତି । ଏହି ନୂଆ ଫିଲ୍ମ ‘ସ୍କାଏ ଫୋର୍ସ’ର ଆନାଉନ୍ସମେଣ୍ଟ କରି ପ୍ରଶଂସକଙ୍କ ଏକ୍ସାଇଟମେଣ୍ଟକୁ ବଢାଇ ଦେଇଛନ୍ତି । ଏହି ଫିଲ୍ମରେ ଦର୍ଶକ ଭାରତର ପ୍ରଥମ ଏୟାର ଷ୍ଟ୍ରାଇକର କାହାଣୀ ଦେଖିବେ ବୋଲି ଜଣାପଡ଼ିଛି। ସେୟାର କରାଯାଇଥିବା ଭିଡିଓରେ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପ୍ରଭାବଶାଳୀ ଭାଷଣ ଶୁଣିବାକୁ ମିଳୁଛି। ଯେଉଁଥିରେ ସେ କହୁଛନ୍ତି ଯେ “ଯଦି କେହି ଖଣ୍ଡା ମୁନରେ ବା ପରମାଣୁ ବୋମାର ଭୟ ଦେଖାଇ ଆମ ଦେଶକୁ ନୁଆଁଇବାକୁ ଚାହେଁ, ତେବେ ଆମ ଦେଶ ନଇଁବ ନାହିଁ। ” ଜୟ ହିନ୍ଦ। ଏହି ଫିଲ୍ମଟି ଅକ୍ଟୋବର ୨, ୨୦୨୪ ରେ ମୁକ୍ତିଲାଭ କରିବ।