କରନ ଜୋହରଙ୍କ ବିରୋଧରେ କହିବାରୁ ଅକାଳୀ ଦଳର ନେତାଙ୍କୁ ଆସିଲା ପାକିସ୍ତାନରୁ ଧମକପୂର୍ଣ୍ଣ କଲ
Khabar Odisha:Akalis-party-leader-came-under-threat-from-Pakistan-for-speaking-out-against-Karan-Johar
ପଞ୍ଜାବ, ସେପ୍ଟେମ୍ବର ୨୯ (ଖବର ଓଡ଼ିଶା):
ବଲିଉଡ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ନିର୍ମାତା କରନ ଜୋହରଙ୍କୁ ବିରୋଧ କରିବାରୁ ଶିରୋମଣି ଅକାଳୀ ଦଳର ନେତା ତଥା ଦିଲ୍ଲୀ ଗୁରୁଦ୍ବାର କମିଟିର ମହାପ୍ରବନ୍ଧକ ମନଜିନ୍ଦର ସିଂହ ସୀର୍ସାଙ୍କୁ ପାକିସ୍ତାନରୁ ଧମକପୂର୍ଣ୍ଣ କଲ୍ ଆସିଛି   ସେ ଏନେଇ ପଞ୍ଜାବର ବାଗୀ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି 

ମନଜିନ୍ଦର ନିକଟରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ କରନ ଜୋହରଙ୍କ ଘରେ ହେଉଥିବା ପାର୍ଟିର ଏକ ପୁରୁଣା ଭାଇରାଲ୍ ଭିଡିଓ ଦେଇ ଅଭିଯୋଗ କରିଥିଲେ । ଯେଉଁଥିରେ ବଲିଉଡର ବହୁ ନାମୀଦାମୀ ଅଭିନେତା ଅଭିନେତ୍ରୀ ନିଶାରେ ଚୁର ଥିବା ଦେଖିବାକୁ ମିଳିଥିଲା 

ଏନସିବିରେ ଅଭିଯୋଗ ପରେ ତାଙ୍କୁ ପାକିସ୍ତାନର ଏକ ମୋବାଇଲ୍ ନମ୍ୱରରୁ ଫୋନ୍ କଲ୍ ଆସିଥିଲା । ଏନସିବିରୁ ଅଭିଯୋଗ ପ୍ରତ୍ୟାହାର ପାଇଁ ଦୁର୍ବୃତ୍ତ ଧମକ ଦେଇଥିବା ମନଜିନ୍ଦର ଅଭିଯୋଗ କରିଛନ୍ତି । ଫୋନ୍ କରିଥିବା ବ୍ୟକ୍ତି ଜଣକ ହେଲେ ଓ୍ୱାସିମ୍ । ମନଜିନ୍ଦରଙ୍କୁ କହିଥିଲା ଯେ, ଭାଇ କହିଛନ୍ତି କରନ ଜୋହରଙ୍କ ବିରୋଧରେ କରିଥିବା ଅଭିଯୋଗ ପ୍ରତ୍ୟାହର କର । ନହେଲେ ପରିଣାମ ଗମ୍ଭୀର ହେବ ।

ଏହି ଧମକ ପାଇବା ପରେ ମନଜିନ୍ଦର ସ୍ଥାନୀୟ ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଛନ୍ତି ଓ ସହଯୋଗ ନେଇଛନ୍ତି   

  • Tags:

Subscribe

National International State Sports Entertainment