ପାନାମା ପେପର୍ସ ଲିକ୍ ମାମଲା, ସମନ ପରେ ଇଡିରେ ହାଜର ହେଲେ ଐଶ୍ୱର୍ଯ୍ୟା ରାୟ
Khabar Odisha:Aishwarya-Rai-appeared-at-the-ED-after-the-summons
ମୁମ୍ବାଇ, ଡିସେମ୍ବର ୨୦(ଖବର ଓଡିଶା):

ଇଡିରେ ହାଜର ହେଲେ ଅଭିନେତ୍ରୀ ଐଶର୍ଯ୍ୟା ରାୟ ବଚ୍ଚନ । ପାନାମ ପେପର୍ସ ଲିକ୍ ମାମଲାରେ ଇଡି ଐଶର୍ଯ୍ୟାଙ୍କୁ ସମନ ଜାରି କରିଥିଲା । ଏହାପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଦିଲ୍ଲୀ କାର୍ଯ୍ୟାଳୟରେ ହାଜର ଐଶର୍ଯ୍ୟା ରାୟ ବଚ୍ଚନ ହାଜର ହୋଇଛନ୍ତି । 

ପାନାମା ପେପର୍ସ ମାମଲାରେ ପୂର୍ବରୁ ମଧ୍ୟ ଐଶ୍ୱର୍ଯ୍ୟା ରାୟଙ୍କୁ ଦୁଇ ଥର ପଚରାଉଚରା ପାଇଁ ଇଡି ଡାକିଥିଲେ । ମାତ୍ର ସେ ନୋଟିସ୍‌କୁ ସ୍ଥଗିତ କରିବା ପାଇଁ ଅପିଲ କରିଥିଲେ । ଗତ ନଭେମ୍ବର ୯ ତାରିଖରେ ଐଶ୍ୱର୍ଯ୍ୟା ରାୟଙ୍କୁ ନୋଟିସ୍ ଜାରି କରିବା ସହ ୧୫ ଦିନ ମଧ୍ୟରେ ହାଜର ହେବା ପାଇଁ କୁହାଯାଇଥିଲା । ମାତ୍ର ସେ ବ୍ୟକ୍ତିଗତ ଭାବେ ହାଜର ନହୋଇ ଇମେଲ ଜରିଆରେ ଉତ୍ତର ଦେଇଥିଲେ । 

ସୂଚନା ଅନୁସାରେ, ପାନାମା ପେପର୍ସ ଲିକ୍ ଘଟଣାରେ ମୋସାକ ଫୋନସେକା ନାମକ ଏକ କମ୍ପାନୀର କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଲିକ ହୋଇଥିଲା । ଜର୍ମାନୀର ଏକ ନ୍ୟୁଜ ପେପରରେ ଗତ ୨୦୧୬ ମସିହା ଏପ୍ରିଲ ୩ ତାରିଖରେ ପ୍ରକାଶ ପାଇଥିଲା । ଏଥିରେ ଭାରତ ସମେତ ପ୍ରାୟ ୨୦୦ ଦେଶର ରାଜନେତା, ବ୍ୟବସାୟୀସ ସେଲିବ୍ରିଟିଙ୍କ ନାଁ ସାମିଲ ହୋଇଥିଲା ।

  • Tags:

Subscribe

National International State Sports Entertainment