ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କ ସହ ଛାଡପତ୍ର ପରେ ପୂର୍ବତନ ପତ୍ନୀ ରୀନା ଦତ୍ତଙ୍କ ଘର ବାହାରେ ନଜର ଆସିଲେ ଅମୀର
Khabar Odisha:After-divorcing-his-second-wife-Kiran-Rao-Aamir-was-spotted-outside-his-ex-wife-Rena-Dutts-house

ମୁମ୍ବାଇ, ନଭେମ୍ବର ୧୬(ଖବର ଓଡ଼ିଶା): ବଲିଉଡ ଅଭିନେତା ଆମୀର ଖାନ ତାଙ୍କର ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କ ସହ ଛାଡପତ୍ର ଦେବା ପରେ ନିକଟରେ ତାଙ୍କର ପ୍ରଥମ ମତ୍ନୀଙ୍କ ସହିତ ଏକାଠି ନଜର ଆସିଛନ୍ତି। ରବିବାର ଦିନ ଆମୀରଙ୍କୁ ତାଙ୍କ ପୂର୍ବତନ ପତ୍ନୀ ରୀନା ଦତ୍ତଙ୍କ ଘର ବାହାରେ ଅମୀରଙ୍କୁ ଦେଖିବାକୁ ମିଳିଥିଲା। ଏହି ସମୟରେ ପ୍ରଶଂସକମାନେ ତାଙ୍କ ଲୁକ୍ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ଏହି ସମୟରେ ଅମିର ଏପରି ପୋଷାକରେ ନଜର ଆସିଥିଲେ ଯେ ତାଙ୍କ ସୋସିଆଲ ମିଡିଆରେ ଏହି ଲୁକ୍ ପାଇଁ ଆମୀରଙ୍କୁ ଟ୍ରୋଲ ହେବାକୁ ପଡିଛି । ଏଥିସହିତ ପ୍ରଶଂସକମାନେ ତାଙ୍କୁ ଅଭିନେତା ରଣଭୀର ସିଂଙ୍କ ସହ ତୁଳନା କରି ପରିହାସ କରୁଛନ୍ତି। 

ଜଣାଶୁଣା ଫଟୋଗ୍ରାଫର ମନଭ ମଙ୍ଗଲାନି ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବଲିଉଡ ଅଭିନେତା ଆମୀର ଖାନଙ୍କ ଭାଇରାଲ ଚିତ୍ର ପୋଷ୍ଟ କରିଛନ୍ତି। ବାସ୍ତବରେ, ଆମୀରଙ୍କୁ ତାଙ୍କ ପୂର୍ବତନ ପତ୍ନୀ ରେନା ଦତ୍ତାଙ୍କ ଘର ବାହାରେ ଦେଖିବାକୁ ମିଳିଥିଲା । ଏଥି ସହିତ, ପାପାରାଜି ତାଙ୍କୁ କ୍ୟାମେରାରେ କ୍ୟାପଚର କରିବାର ସୁଯୋଗ ଛାଡି ନଥିଲେ । ଏହି ସମୟରେ ଆମୀର ଟି-ସାର୍ଟ ସହିତ ଧୋତି ପ୍ୟାଣ୍ଟ ପିନ୍ଧିଥିବାର ନଜର ଆସିଥିଲେ। ଏହା ସହିତ ସେ ମୁହଁରେ ଏକ ମାସ୍କ ଏବଂ ଗ୍ଲାସ୍ ପିନ୍ଧିଥିଲେ । ତାଙ୍କର ଏହି ଚିତ୍ର ଭାଇରାଲ ହେବା ମାତ୍ରେ ପ୍ରଶଂସକମାନେ ତାଙ୍କୁ ରଣଭୀର ସିଂଙ୍କ ସହ ତୁଳନା କରି ଟ୍ରୋଲ କରିଥିଲେ ।

  • Tags:

Subscribe

National International State Sports Entertainment