ଭୁବନେଶ୍ୱର, ଜୁଲାଇ ୨୪(ଖବର ଓଡିଶା):
ଶନିବାର ହୋଇଥିବା ବିବାଦ ପରେ ପ୍ରଥମ ଥର ପାଇଁ ନିଜର ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । କାଲି ଯେଉଁଭଳି ଗୁଣ୍ଡାଗର୍ଦ୍ଦି କରୁଥିଲେ ସମସ୍ତେ ଦେଖିଛନ୍ତି ।
ମୁଁ ହେଲପ ମାଗିଲି ହେଲେ ଲୋକେ ମୋ ସହ ସେଲଫି ନେଉଥିଲେ । ମୁଁ ନିର୍ଯାତନା ହେବାର ଦୃଶ୍ୟ ସମସ୍ତେ ଦେଖିଛନ୍ତି । ମତେ ଯେତେ ଭାଙ୍ଗିଲେ ମଧ୍ୟ ମୁଁ ଯୋଡି ହୋଇ ଅଭିନୟ କରିବି ବୋଲି ସେ କହିଛନ୍ତି ।
ସେହିପରି ନିଜ ବିରୋଧରେ ଥିବା ଅଭିଯୋଗକୁ ସେ ମିଛ ବୋଲି କହିଛନ୍ତି । କେହି କେବେ କାହା ଘର ଭାଙ୍ଗନ୍ତିନି । ଯେଉଁ ଘର ପୂର୍ବରୁ ଭାଙ୍ଗିଛି ତାକୁ ମୁଁ କଣ ଭାଙ୍ଗିବି ବୋଲି ସେ କହିଛନ୍ତି ।