ବାଇକ ଦୁର୍ଘଟଣାର ସମ୍ମୁଖୀନ ହୋଇ ମେଡିକାଲରେ ଭର୍ତ୍ତି ହେଲେ ଅଭିନେତା ସାଇ ଧରମ ତେଜ
Khabar Odisha:Actor-Sai-Dharam-Tej-was-rushed-to-a-hospital-after-a-motorcycle-accident

ହାଇଦ୍ରାବାଦ, ସେପ୍ଟେମ୍ବର୧୧ (ଖବର ଓଡ଼ିଶା): ଶୁକ୍ରବାର ସନ୍ଧ୍ୟାରେ ହାଇଦ୍ରାବାଦରେ ଅଭିନେତା ସାଇ ଧରମ ତେଜ ଏକ ବାଇକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏହାପରେ ମେଡିକେୟାର ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଏହି ଅଭିନେତାଙ୍କୁ ଚିକିତ୍ସା ପାଇଁ ଜୁବୁଲି ହିଲ୍ସ ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଡାକ୍ତରଖାନାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଧରମ ତେଜଙ୍କର ମସ୍ତିଷ୍କ, ମେରୁଦଣ୍ଡ ଏବଂ ଗୁରୁତ୍ୱପୂର୍ଣ୍ଣ ଅଙ୍ଗରେ କୌଣସି ବଡ଼ ଆଘାତ ନାହିଁ। ତଥାପି, ସେ କୋମଳ ସାମାନ୍ୟ ଆଘାତ ଏବଂ ଏକ ଫ୍ରାକ୍‌ଚର ସମ୍ମୁଖୀନ ହୋଇଛନ୍ତି ।

ତାଙ୍କ ଉପରେ ଏବେ ତୀକ୍ଷ୍ଣ ନଜର ରଖାଯାଉଛି ଏବଂ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତାଙ୍କ ସ୍ୱସ୍ଥ୍ୟ ବିଷୟରେ ଅଧିକ ସୂଚନା ମିଳିବ। ତୁରନ୍ତ ସର୍ଜିକାଲ୍ ହସ୍ତକ୍ଷେପର କୌଣସି ଆବଶ୍ୟକତା ନାହିଁ ବୋଲି ଡାକ୍ତରଖାନାର ଏକ ବିବୃତ୍ତିରେ କୁହାଯାଇଛି। ତାଙ୍କ ଦୁର୍ଘଟଣାର ଖବରକୁ ଅଭିନେତା ଚିରଞ୍ଜୀବୀ ସେୟାର କରିଛନ୍ତି, ସେ ସାଇ ଧରମ ତେଜଙ୍କ ପ୍ରଶଂସକଙ୍କୁ ଜଣାଇବା ପାଇଁ ହସ୍ପିଟାଲର ବିବୃତ୍ତି ମଧ୍ୟ ସେୟାର କରିଛନ୍ତି ।

 pic.twitter.com/JnuZqx8aZT

 ମେଡିକାଲ ବିବୃତି ସହିତ ଟ୍ୱିଟ୍ କରି ଚିରଞ୍ଜୀବୀ ଲେଖିଛନ୍ତି ଯେ କିଛି ଘଣ୍ଟା ପୂର୍ବରୁ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ଏବଂ ସାମାନ୍ୟ ଆଘାତର ସମ୍ମୁଖୀନ ହୋଇଥିଲେ । ସମସ୍ତ ଫ୍ୟାନ୍ସ ଏବଂ ଶୁଭ ଚିନ୍ତକ ମାନଙ୍କୁ ମୁଁ ଜଣାଇ ଦେବାକୁ ଚାହୁଁଛି ଯେ କୌନସି ଚିନ୍ତାର କାରଣ ନାହିଁ । ବିଶେଷଜ୍ଞ ଡାକ୍ତରୀ ତତ୍ୱବଧାନରେ ସେ ସୁସ୍ଥ ଅଛନ୍ତି ଏବଂ କିଛି ଦିନ ମଧ୍ୟରେ ସେ ସୁସ୍ଥ ହୋଇଯିବେ ବୋଲି ସେ କହିଛନ୍ତି । ଏହା ପରେ ସାଇଙ୍କ ଶିଘ୍ର ସୁସ୍ଥ ହେବା ନେଇ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଅଭିନେତା ଅଭିନେତ୍ରୀ ଟ୍ୱିଟ କରି ପ୍ରାର୍ଥନା କରିଛନ୍ତି ।

pic.twitter.com/OC042kL3q9

  • Tags:

Subscribe

National International State Sports Entertainment