ଚେନ୍ନାଇରୁ ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରେ ଆମୀର ଖାନ ମଧ୍ୟ ଥିଲେ । ଯାହାଙ୍କୁ ସମସ୍ତ ଲୋକଙ୍କ ସହ ଉଦ୍ଧାର କରାଯାଇଛି । ସେଠାରେ ସାଇକ୍ଲୋନ୍ ମାଇଚାଙ୍ଗ ଯୋଗୁଁ ସହରରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ଲୋକଙ୍କ ସମେତ ଅଭିନେତା ଆମୀର ଖାନ ମଧ୍ୟ ସେଠାରେ ଫସି ରହିଥିଲେ । ସେଠାରେ ପାଣି ଏବଂ ଲାଇନ ବିନା 24 ଘଣ୍ଟା ଧରି ଅଟକି ରହିଥିଲେ ଆମୀର ଖାନ । ଆମିର ଖାନଙ୍କୁ ସେଲିବ୍ରିଟି ଦମ୍ପତି ବିଷ୍ଣୁ ବିଶାଲ ଏବଂ ଜୱାଲା ଗୁଟ୍ଟାଙ୍କ ସହ ଅନ୍ୟ ସ୍ଥାନୀୟ ଲୋକଙ୍କ ସହ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ଦେଖିବାକୁ ମିଳିଥିଲା। ଯାହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।ତାମିଲନାଡୁର ରାଜଧାନୀ ଚେନ୍ନାଇ ଅତୀତରେ ପ୍ରବଳ ବର୍ଷା ସମୟରେ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହୋଇଥିଲା। ଉଦ୍ଧାର ଡଙ୍ଗାରେ ଅଭିନେତାଙ୍କ ଫଟୋ ଆଜି ଅନଲାଇନରେ ସାମ୍ନାକୁ ଆସିଛି।