ନୂଆଦିଲ୍ଲୀ: ଦୁବାଇରେ ସୋମବାର ସାଉଥ୍ ଇଣ୍ଡିଆନ୍ ଇଣ୍ଟରନ୍ୟାସନାଲ ମୁଭି ଆୱାର୍ଡସ (ଏସ୍ଆଇଆଇଏମ୍ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଜିତିଛନ୍ତି ।
ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍ ସେଲଭନ: ପାର୍ଟ ୨’ରେ ଦମଦାର ଅଭିନୟ ପାଇଁ ଐଶ୍ୱର୍ଯ୍ୟାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ (କ୍ରିଟିକ୍ସ) ପୁରସ୍କାର ମିଳିଛି । ଚଳଚ୍ଚିତ୍ର ନିର୍ଦ୍ଦେଶକ କବିର ଖାନ୍ଙ୍କଠାରୁ ଐଶ୍ୱର୍ଯ୍ୟା ପୁରସ୍କାର ଗ୍ରହଣ କରିଛନ୍ତି ।
ପୁରସ୍କାର ଗ୍ରହଣ କରିବା ପରେ ଐଶ୍ୱର୍ଯ୍ୟା ‘ପୋନ୍ନିୟିନ୍ ସେଲଭନ: ପାର୍ଟ ୨’ ଚଳଚ୍ଚିତ୍ରର ପୁରା ଟିମ୍କୁ ସେ ଧନ୍ୟବାଦ ଦେଇଛନ୍ତି । ‘ପୋନ୍ନିୟିନ୍ ସେଲଭନ: ପାର୍ଟ ୨’ ମଣି ରତ୍ନମ ନିର୍ଦ୍ଦେଶନା ଦେଇଥିଲେ । ଏଥିରେ ଐଶ୍ୱର୍ଯ୍ୟା ନନ୍ଦିନୀ ଏବଂ ମନ୍ଦାକିନୀ ନାମରେ ୨ଟି ଚରିତ୍ରରେ ଅଭିନୟ କରିଥିଲେ।