ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠାରୁ ଫେବୃଆରୀ ୧୫ ଯାଏ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ । ଫେବୃଆରୀ ୧୬ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ ।
ସେହିପରି ୨୦ ଫେବୃଆରୀ ସୁଦ୍ଧା ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିପାରିବେ । ୨୭ ଫେବୃଆରୀ ସକାଳ ୯ଟା ରୁ ୪ଟା ଯାଏ ମତଦାନ ଚାଲିବ । ସେହିଦିନ ଅପରାହ୍ନ ୫ ଟାରୁ ଭୋଟ ଗଣତି କରାଯିବ । ଓଡ଼ିଶା ସମେତ ୧୫ଟି ରାଜ୍ୟର ୫୬ ଜଣ ସଦସ୍ୟଙ୍କ ପାଇଁ ନିର୍ବାଚନ ହେବ । କାର୍ଯ୍ୟକାଳ ସରିବାକୁ ଯାଉଥିବା ୫୬ ଜଣ ସାଂସଦଙ୍କ ମଧ୍ୟରୁ ଉତ୍ତରପ୍ରଦେଶେର ୧୦ ଜଣ ସାଂସଦ ଥିବାବେଳେ ମହାରାଷ୍ଟ୍ର ଓ ବିହାରରେ ୬ ଜଣ , ମଧ୍ୟପ୍ରଦେଶରେ ଓ ପଶ୍ଚିମବଙ୍ଗରେ ୫ , ଗୁଜରାଟ ଓ କର୍ଣ୍ଣାଟକରେ ୪ ଲେଖାଏ, ଓଡିଶା, ରାଜସ୍ଥାନ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ୩ , ଏବଂ ଛତିଶଗଡ, ହରିଆଣା ଓ ହିମାଚଳ ପ୍ରଦେଶରେ ଜଣେ ସାଂସଦଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି।
ଓଡ଼ିଶାର ତିନି ରାଜ୍ୟ ସଭା ସିଟ ପାଇଁ ନିର୍ବାଚନ ହେବ । ଆସନ୍ତା ଏପ୍ରିଲ ୩ରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ କାର୍ଯ୍ୟ କାଳ ସରୁଛି । ଏମାନଙ୍କ କାର୍ଯ୍ୟକାଳ ଅବଧି ସରିବା ପୂର୍ବରୁ ଭୋଟଗ୍ରହଣ ହେବ ।