ଏକାଧିକ ସଂସ୍ଥାରେ ପାଠ ପଢାଉଥିବା ଶିକ୍ଷକଙ୍କୁ ନାହିଁ ନିସ୍ତାର, AICTE ନେବ କାର୍ଯ୍ୟାନୁଷ୍ଠାନ
Khabar Odisha:National-news-teachers-not-allow-to-teach-in-two-institutes-aicte-will-take-this-action
ନୂଆଦିଲ୍ଲୀ,ଅକ୍ଟୋବର ୨୯ (ଖବର ଓଡ଼ିଶା):

ମାନବ ସମ୍ୱଳ ବିକାଶ ମନ୍ତ୍ରାଳୟର ବୈଷୟିକ ଶିକ୍ଷାର ପରିଚାଳକ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (All India Council for Technical Education, AICTE) ଇଞ୍ଜିନିୟରିଂ କଲେଜ ଏବଂ ଅନ୍ୟ ବୈଷୟିକ ସଂସ୍ଥା ଗୁଡିକୁ ଆଗ୍ରହ କରିଛି ଯେ ଶିକ୍ଷକଙ୍କୁ ଗୋଟିଏ ସମୟରେ ଦୁଇଟି ସଂସ୍ଥାରେ ପାଠ ପଢାଇବାକୁ ଅନୁମତି ନାହିଁ ଏବଂ ଯଦି ଏପରି ହୁଏ ତେବେ ସଂସ୍ଥା ବିରୋଧରେ ଅନୁଶାସନତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । 

ଏଆଇସିଟିଇ ବିଭିନ୍ନ କଲେଜର ମୁଖ୍ୟଙ୍କୁ ଚିଠି ଲେଖି କହିଛି ଯେ, ପରିଷଦ ଅବଗତ ହୋଇଛି ଯେ ପରିଷଦରୁ ଅନୁମୋଦନ ମିଳିବା ପରେ ବୈଷୟିକ କାର୍ଯ୍ୟକ୍ରମ ଅବା ପାଠ୍ୟକ୍ରମ ଯୋଗାଉଥିବା କିଛି ସଂସ୍ଥା ଏପରି ବ୍ୟବସ୍ଥା ଆପଣାଉଛନ୍ତି ଯେପରି ଶିକ୍ଷକମାନେ ଗୋଟିଏ ସମୟରେ, ଗୋଟିଏ ମୂଳ ସଂସ୍ଥାର ଦୁଇଟି ଶାଖା ଅବା ଅନ୍ୟ ସଂସ୍ଥାରେ ପାଠ ପଢାଇ ପାରୁଛନ୍ତି । 

ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଗୋଟିଏ ସମୟରେ କୌଣସି ଶିକ୍ଷକଙ୍କୁ ଦୁଇଟି ସ୍ଥାନରେ ପଢାଇବାର ଅନୁମତି ନାହିଁ । ଏହାଦ୍ୱାରା ବୈଷୟିକ ଶିକ୍ଷା ପ୍ରଭାବିତ ହୋଇଥାଏ ଏବଂ ଏହା ଅନୁଦାନ ଅବା ଇଓଏ ଦେବା ସମୟରେ ଏଆଇସିଟିଇର ଆଗରେ ପ୍ରସ୍ତୁତ କରାଯାଇଥିବା ସତ୍ୟାପାଠର ଉଲ୍ଲଂଘନ ଅଟେ । ପରିଷଦ ଚେତାବନୀ ଦେଇ କହିଛି ଯେ ଏପରି କରୁଥିବା କଲେଜ ବିରୋଧରେ ଅନୁଶାସନତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଅବଶ୍ୟକ ପଡିଲେ ଦିଆଯାଇଥିବା ଅନୁମତିକୁ ଫେରାଇ ନିଆଯିବ ।  

Subscribe

National International State Sports Entertainment