ଭୁବନେଶ୍ୱର, ଫେବୃଆରୀ ୧୦(ଖବର ଓଡ଼ିଶା): ପଞ୍ଚାୟତ ନିର୍ବାଚନ ପରେ ହେବାକୁ ଯାଉଛି ପୌର ନିର୍ବାଚନ । ଯାହାକୁ ନେଇ ସବୁ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଆଜି ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ମଧ୍ୟ ଶେଷ ହୋଇଛି ।
ତେବେ ସର୍ବଦଳୀୟ ବୈଠକରେ ବିଜେଡ଼ି ସମର୍ଥନ ଜଣାଇଥିବା ବେଳେ ୩ ଦଫା ଦାବି ଉପସ୍ଥାପନ କରିଛି ବିଜେପି । ଭୋଟର୍ ତାଲିକା ତ୍ରୁଟି ନେଇ ଆପତ୍ତି ଅଭିଯୋଗ ସମୟକୁ ୬ ଦିନ ବଦଳରେ ୧୦ ଦିନ କରାଯାଉ ।
ଆପତ୍ତି ଅଭିଯୋଗର ଶୁଣାଣି ୧ ଦିନ ବଦଳରେ ୩ ଦିନ କରାଯାଉ । ଏବଂ ଅଧିକାରୀମାନଙ୍କୁ ନିର୍ଦେଶ ଦିଅନ୍ତୁ ଦଳୀୟ ନେତା ଓ ପ୍ରାର୍ଥୀ ମାନଙ୍କୁ ଦ୍ୱନ୍ଦ ଦୂର କରନ୍ତୁ । ବିଜେପି ଏହି ତିନୋଟି ଦାବି ରଖିଥିବା ନେଇ ସୂଚନା ଦେଇଛନ୍ତି ବିଜେପି ନେତା ଦିଲ୍ଲୀପ ମଲ୍ଲିକ ।
ତେବେ ସର୍ବଦଳୀୟ ବୈଠକରେ ବିଜେଡ଼ି ପକ୍ଷରୁ ମୁଖପାତ୍ର ସୁଲତା ଦେଓ, ବିଜେପି ମିଡିଆ ସଂଯୋଯକ ଦିଲ୍ଲୀପ ମଲ୍ଲିକ ଓ କଂଗ୍ରେସ ନେତା ଶିବାନନ୍ଦ ରାୟ ଯୋଗ ଦେଇଥିଲେ ।