ଆଜି ଆସିବ ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ଛତିଶଡର ବିଧାନସଭା ନିର୍ବାଚନର ଫଳାଫଳ । ଆରମ୍ଭ ହେଲା ବିଧାନସଭା ଭୋଟ ଗଣତି । ମଧ୍ୟ ପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନାରେ ଆଜି ବାହାରିବ ରାଜନୈତିକ ଫଳାଫଳ। କଡ଼ା ସୁରକ୍ଷା ଭିତରେ ଆରମ୍ଭ ହୋଇଛି ଗଣତି । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସ-ବିଜେପି ମଧ୍ୟରେ ଚାଲିଛି କଡାଟକ୍କର । ସକାଳ ୭ଟାରୁ ୪ ରାଜ୍ୟର ବିଧାନସଭା ପାଇଁ ଭୋଟଗଣତି ଆରମ୍ଭ ହୋଇଛି । ଏହି ଫଳାଫଳକୁ ୨୦୨୪ ପୂର୍ବର ସେମିଫାଇନାଲ ବୋଲି କୁହାଯାଉଛି । ତେଣୁ ଏହି ୪ ରାଜ୍ୟର ଫଳାଫଳ ଉପରେ ପୁରା ଦେଶର ନଜର ରହିଛି ।
୪ ରାଜ୍ୟର ଫଳାଫଳ ଜନମତ କାହା ସପକ୍ଷରେ, ତାହା ଆଜି ଜଣାପଡିବ । ବିଜେପି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୋରଦାର ପ୍ରଚାର କରିଥିଲେ । ସେପଟେ କଂଗ୍ରେସ ମଧ୍ୟ ରାହୁଲ ଗାନ୍ଧୀଙ୍କ ସମେତ ଏହାର ସବୁ ହେଭିୱେଟଙ୍କୁ ନିର୍ବାଚନୀ ପ୍ରଚାର ମୈଦାନକୁ ଓହ୍ଲାଇଥିଲା ତେଣୁ କଂଗ୍ରେସ ମଧ୍ୟ ଲୋକଙ୍କ ଦ୍ୱାରା କେତେ ଗ୍ରହଣୀୟ ହେଉଛି ତାହା ଫଳାଫଳ କହିବ । ଭୋଟ୍ ଗଣନା କେନ୍ଦ୍ର ଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।