ଯୁକ୍ତ ୨ ନାମଲେଖା ଆବେଦନ ବଢିଲା, ରାଜ୍ୟରେ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦେଖି ଅବଧି ବଢାଇଲେ ସରକାର ଭୁବନେଶ୍ୱର, ଅଗଷ୍ଟ ୨୦(ଖବର ଓଡିଶା): Share story: ବନ୍ୟାକୁ ଦୃଷ୍ଟିରେ ରଖି ଘୁଞ୍ଚିଲା ଯୁକ୍ତ ୨ ନାମଲେଖା ଆବେଦନ । ରାଜ୍ୟରେ ବନ୍ୟା ସ୍ଥିତି ଯୋଗୁଁ ଯୁକ୍ତ ୨ ନାମଲେଖା ଅବଧି ବୃଦ୍ଧି ହୋଇଛି । ଅଗଷ୍ଟ ୩୦ ତାରିଖକୁ ବୃଦ୍ଧି କରାଗଲା ପ୍ରଥମ ପର୍ଯ୍ୟାୟ ନାମଲେଖା ଆବେଦନ । ସେହିପରି ପ୍ରଥମ ପର୍ଯ୍ୟାୟ ନାମଲେଖା ଅଗଷ୍ଟ ୧୯ରୁ ୨୫ ତାରିଖ ସ୍ଥିର କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ସେପ୍ଟେମ୍ବର ୮ରୁ ୧୦କୁ ଘୁଞ୍ଚିଛି । ତତକାଳ ନାମଲେଖା ସେପ୍ଟେମ୍ବର ୧୭ରୁ ୨୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଖବର ଓଡ଼ିଶା, Reporter, 20/08/2022