ଉତ୍ତର ଦେଲେନି ପିଲା, ବନ୍ଦ ହୋଇଗଲା ହେଡ଼ମାଷ୍ଟରଙ୍କ ଦରମା
Khabar Odisha:education-odisha-students-can-not-give-answer-salary-stop-the-headmaster-in-Rairakhol-sambalpur
ରେଢ଼ାଖୋଲ, ଜାନୁଆରୀ୦୬(ଖବର ଓଡ଼ିଶା):

ଉତ୍ତର ଦେଲେନି ପିଲା ଏବଂ ଏହାର ପରିଣାମ ଭୋଗିବାକୁ ପଡ଼ିଲା ହେଡମାଷ୍ଟରଙ୍କୁ। କାର୍ଯ୍ୟାନୁଷ୍ଠାନସ୍ଵରୂପ ହେଡ଼ମାରଷ୍ଟରଙ୍କ ଦରମା ବନ୍ଦ କରି ଦିଆଯାଇଛି। ଏହି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳର କନ୍ଧରା ପ୍ରାଥମିକ ବିଦ୍ୟାଳୟରେ। ହେଡ଼ମାଷ୍ଟରଙ୍କ ଦରମା ବନ୍ଦ କରିବାକୁ ଖୋଦ୍ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ମନ୍ତ୍ରୀ ସମୀର ରଞ୍ଜନ ଦାଶ କନ୍ଧରା ପ୍ରାଥମିକ ବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିଲେ। ସେଠାରେ ସେ ଛାତ୍ରଙ୍କୁ କିଛି ପ୍ରଶ୍ନ ପଚାରିଥିଲେ। ମାତ୍ର ପିଲାମାନେ ଗୋଟିଏ ହେଲେ ଉତ୍ତର ଦେଇପାରିଲେ ନାହିଁ। ଫଳରେ ମନ୍ତ୍ରୀ ବିଦ୍ୟାଳୟର ପଢ଼ାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ ପିଲା ଉତ୍ତର ଦେଇପାରିନଥିବାରୁ ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Subscribe

National International State Sports Entertainment