ଛାତ୍ରୀଙ୍କ ପାଇଁ ପରୀକ୍ଷା ଦେଇ ବନ୍ଧା ହେଲେ ଅଧ୍ୟାପିକା। ପରୀକ୍ଷା ଦେବାକୁ ଛାତ୍ରୀ ଆସିନଥିବାରୁ ତାଙ୍କ ପାଇଁ ପରୀକ୍ଷା ଖାତାରେ ଉତ୍ତର ଲେଖି ଆଜି ଅଧ୍ୟାପିକା ଗିରଫ ହୋଇଛନ୍ତି। ମୟୂରଭଞ୍ଜ ଉଦଳାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଠାରେ ଛାତ୍ରୀଙ୍କ ଅନୁପସ୍ଥିତିରେ ଅଧ୍ୟାପିକା ପରୀକ୍ଷା ଖାତାରେ ଉତ୍ତର ଲେଖିଛନ୍ତି । ଘଟଣା ବିଷୟରେ ଜାଣିବା ପରେ ଉଦଳା ରାଢୋ ଲୁଇପା ଡିଗ୍ରୀ କଲେଜ ଓଡିଆ ବିଭାଗର ଅଧ୍ୟାପିକା ତୁଳିକା ଆଶଙ୍କୁ ପୋଲିସ ଗିରଫ କରିଛି ।
ସୂଚନା ଅନୁସାରେ, ଗତ ଜୁଲାଇ ୨୭ ତାରିଖରେ କଲେଜରେ ଜୁଲୋଜି ବିଭାଗର ୪ର୍ଥ ସେମିଷ୍ଟର ପରୀକ୍ଷା ହୋଇଥିଲା। ପରୀକ୍ଷା ଦେବାକୁ ଜଣେ ଛାତ୍ରୀ ଆସିନଥିବା ବେଳେ ଅଧ୍ୟାପିକା ତୁଲିକା ଆଶ ଛାତ୍ରୀଙ୍କ ଖାତାରେ ଉତ୍ତର ଲେଖିବା ସହ ପରୀକ୍ଷା ନିୟନ୍ତ୍ରକଙ୍କ ଜାଲ୍ ଦସ୍ତଖତ ମଧ୍ୟ ମାରିଥିବା ଅଭିଯୋଗ ହୋଇଥିଲା। ଏନେଇ କଲେଜ ଅଧ୍ୟକ୍ଷ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରିଥିଲେ। ପରେ ଉଦଳା ଥାନାରେ କଲେଜ ଅଧ୍ୟକ୍ଷ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରି ଅଧ୍ୟାପିକାଙ୍କୁ ଗିରଫ କରିଛି।