ଶେଷ ହେଲା ଦ୍ଵିତୀୟ ପର୍ଯ୍ୟାୟ ଓଜେଇ ପରୀକ୍ଷା, ଚଳିତ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ପରୀକ୍ଷା ଫଳ ଭୁବନେଶ୍ୱର,ସେପ୍ଟେମ୍ବର ୮(ଖବର ଓଡିଶା): Share story: ଶେଷ ହେଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଦ୍ୱିତୀୟ ପର୍ଯ୍ୟାୟ। ଚଳିତ ମାସ ଶେଷ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ୮୦.୫ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ପ୍ରଥମ ଦିନରେ ଏମ୍ବିଏ ଓ ଲାଟେରାଲ୍ ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ପ୍ରବେଶିକା ଅନୁଷ୍ଠିତ ହୋଇଥିଲା । ଏଥିରେ ଏମବିଏର ୭୬.୫ ପ୍ରତିଶତ ଉପସ୍ଥିତ ଥିବାବେଳେ ଦ୍ୱିତୀୟ ଏବଂ ତୃତୀୟ ସିଫ୍ଟରେ ୮୧.୫ ପ୍ରତିଶତ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଇଥିଲେ । ସେହିପରି ଦ୍ୱିତୀୟ ଦିନରେ ବିଟେକ୍ ପାଇଁ ତିନୋଟି ସିଫ୍ଟରେ ୭୫.୭ ପ୍ରତିଶତ ପିଲା ପରୀକ୍ଷା ଦେଇଥିଲେ। ଏହାସହିତ ୨୮ ସହରର ୩୮ଟି ପରୀକ୍ଷା କେନ୍ଦ୍ରରେ ସ୍ୱତନ୍ତ୍ର ଓଜେଇଇ ପ୍ରବେଶିକା ହୋଇଥିଲା । ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟର କୋଲକାତା, ରାଞ୍ଚି ଓ ପାଟନା ଆଦି ୩ ସହରରେ ମଧ୍ୟ ପରୀକ୍ଷା କେନ୍ଦ୍ର ହୋଇଥିଲା । ଖବର ଓଡ଼ିଶା, Reporter, 08/09/2022