ଆସନ୍ତାକାଲି ଭାରତ ବନ୍ଦ ଯୋଗୁଁ ଘୁଞ୍ଚିଲା ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା
Khabar Odisha:State-Odisha-Tomorrow-Utkal-University-Exam-postponed
ଭୁବନେଶ୍ୱର, ଜାନୁଆରୀ ୦୭(ଖବର ଓଡ଼ିଶା):

ଆସନ୍ତାକାଲି ଭାରତ ବନ୍ଦ ଯୋଗୁଁ ତେଣୁ ରାଜ୍ୟର  ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଏହି କାରଣରୁ ବିଭିନ୍ନ ପରୀକ୍ଷା ମଧ୍ୟ ଘୁଞ୍ଚାଇ ଦିଆଯାଇଛି ।  ତେବେ ଉତ୍କଳ ବିଶ୍ୱ ବିଦ୍ୟାଳୟରେ କାଲି ହେବାକୁ ଥିବା ପରୀକ୍ଷା ବାତିଲ କରି ଦିଆଯାଇଛି । 

ଏନ୍‌ଡିଏ ସରକାରଙ୍କ ‘ଦମନକାରୀ ନୀତି’ପ୍ରତିବାଦରେ ୧୦ଟି ଶ୍ରମିକ ସଂଗଠନ ପକ୍ଷରୁ ଆସନ୍ତାକାଲି ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାକୁ ଦେଶବ୍ୟାପୀ ବିଭିନ୍ନ କୃଷକ ସଂଗଠନ ସମର୍ଥନ ସହ କଂଗ୍ରେସ ନୈତିକ ସମର୍ଥନ ଦେବେ ବୋଲି ମଧ୍ୟ କହିଛନ୍ତି। ତେବେ ଭାରତ ବନ୍ଦ ଯୋଗୁଁ ସାରା ଦେଶରେ ରେଳ ଓ ବ୍ୟାଙ୍କି ସହ ବିଭିନ୍ନ ସେବା ପ୍ରଭାବିତ ହେବ । ତେଣୁ ସୁରକ୍ଷା ଦୃଷ୍ଟିରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଛି । ପରୀକ୍ଷାର୍ଥୀ ଯେପରି କୈାଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେଇ ଉତ୍କଳ ବିଶ୍ୱ ବିଦ୍ୟାଳୟ କାଲି ହେବାକୁ ଥିବା ପରୀକ୍ଷା ବାତିଲ କରିଛି । କାଲି ଯେଉଁ ପରୀକ୍ଷା ହେବାକୁ ଥିଲା ତାର ପୁନଃ ତାରିଖ ପରେ ନିର୍ଘଣ୍ଟ ହେବ । 

ଶ୍ରମିକ ସଂଗଠନ ସିଟୁର ସାଧାରଣ ସଂପାଦକ ତପନ ସେନ ସୂଚନା ଦେଇଛନ୍ତି ଯେ ଅସଂଗଠିତ, ବ୍ୟାଙ୍କିଙ୍ଗ୍ ଏବଂ ବୀମା କ୍ଷେତ୍ର କର୍ମଚାରୀ , ବନ୍ଦର ଶ୍ରମିକ ଦେଶବ୍ୟାପୀ ଏହି ଧର୍ମଘଟରେ ସାମିଲ ହେବ। ଦେଶର ଆର୍ଥିକ ସଙ୍କଟ, ଦରଦାମ ବୃଦ୍ଧି ଏବଂ ବେରୋଜଗାର ପ୍ରସଙ୍ଗରେ ଏହି ବନ୍ଦ ପାଳନ କରାଯିବ ବୋଲି ଜଣାପଡିଛି । ସେହିଭଳି ଆମ ରାଜ୍ୟରେ ମଧ୍ୟ ଆସନ୍ତାକାଲି ଭାରତ ବନ୍ଦକୁ ସଫଳ କରିବା ପାଇଁ ,୧୨ ଦଫା ଦାବି ନେଇ ଧର୍ମଘଟ ଡାକରା ଦେଇଛି କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଓ ସ୍ୱାଧୀନ ଫେଡରେସନ ମିଳିତ ମଞ୍ଚ ।  ବେକାରୀ, ବେରୋଜଗର, ଶ୍ରମ ଆଇନ କୋ ଅଡିଫିକେସନ, ଦରଦାମ ବୃଦ୍ଧି, ସର୍ବନିମ୍ନ ବେତନ ବୃଦ୍ଧି ,ସାମାଜିକ ସୁରକ୍ଷା ଭଳି ୧୨ ଦଫା ଦାବିରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛି ମିଳିତ ମଞ୍ଚ । ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ରେ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଛି ଏହି ମଞ୍ଚ ।

  • Tags:

Subscribe

National International State Sports Entertainment