ସ୍କୁଲ ପିଲାଙ୍କୁ ଅଟୋରେ ଯିବା ମନା, ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ
Khabar Odisha:State-Odisha-School-Students-not-allowed-to-go-in-Auto
ଭୁବନେଶ୍ୱର, ଫେବୃଆରୀ ୨୦(ଖବର ଓଡ଼ିଶା):

ଏଣିକି ଅଟୋରେ ସ୍କୁଲ ପିଲାଙ୍କୁ ଯିବା ମନା । ବ୍ରହ୍ମପୁର ଦିଗପହଣ୍ଡିରେ ଅଟୋରୁ ଖସି ୫ବର୍ଷ ଛାତ୍ରର ମୃତ୍ୟୁ ଘଟଣାରେ ତଦନ୍ତ ହେବ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । 

ବ୍ରହ୍ମପୁର ଦିଗପହଣ୍ଡିରେ ଅଟୋରୁ ଖସି ୫ବର୍ଷ ଛାତ୍ରର ମୃତ୍ୟୁ ଘଟଣାରେ ତଦନ୍ତ କରାଯିବ । ଅଟୋରେ ସ୍କୁଲ ପିଲାଙ୍କୁ ନିଆ ନଯିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଖୁବଶୀଘ୍ର ରାଜ୍ୟ ସରକାର ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶନାମା ଦେବେ । ସରକାରଙ୍କ ଏହି ନିର୍ଦ୍ଦେଶ ଅମାନ୍ୟ କରି ସ୍କୁଲ ପିଲାଙ୍କୁ ଅଟୋରେ ନେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । 

ଉଲ୍ଲେଖଯୋଗ୍ୟ ଯେ, ଗତକାଲି ସକାଳେ ଏକ ଅଟୋ ଗଞ୍ଜାମ ଜିଲ୍ଲା ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଦିଗପହଣ୍ଡିରେ ଥିବା ଏକ ଘରୋଇ ସ୍କୁଲକୁ ଯାଉଥିଲା। ତେବେ  ଦିଗପହଣ୍ଡିର ତିଳେଶ୍ୱର ରାମମନ୍ଦିର ନିକଟରେ ଅଟୋରୁ ଖସି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା । ମୃତ ଛାତ୍ର ଜଣଙ୍କ ହେଲେ ୫ ବର୍ଷୀୟ ଅଜୟ ପ୍ରଧାନ । ଅଜୟ ଅଟୋର ଗୋଟିଏ ସାଇଡ଼୍‌ରେ ବସିଥିଲେ। ଅସାବଧାନ କାରଣରୁ ଅଭୟ ଚଳନ୍ତା ଅଟୋରୁ ଖସି ପଡ଼ିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । 

  • Tags:

Subscribe

National International State Sports Entertainment