ସରକାରୀ ସ୍କୁଲର ନିରାଟ ସତ୍ୟ ମାନିଲେ ମନ୍ତ୍ରୀ , କେଉଁଠି କଳାପଟା ନାହିଁ ତ ଆଉ କେଉଁଠି ବିଜୁଳି ନାହିଁ
Khabar Odisha:State-Education-Odisha-government-school-situation-in-odisha
ଭୁବନେଶ୍ୱର, ଫେବୃଆରୀ ୨୬ (ଖବର ଓଡ଼ିଶା):

ପୁଣି ନିଜ ମୁହଁରେ ରାଜ୍ୟରେ ଥିବା ସରକାରୀ ସ୍କୁଲର ନିରାଟ ସତ୍ୟ ମାନିଲେ ମନ୍ତ୍ରୀ । ରାଜ୍ୟର ସରକାରୀ ସ୍କୁଲରେ କେଉଁଠି ବିଜୁଳି ବ୍ୟବସ୍ଥା ନାହିଁ ତ କେଉଁଠି କଳାପଟା ନାହିଁ । ଯାହା ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ରକୁ ପଦାରେ ପକାଇ ଦେଇଛି । 

ଆଜି ବିଧାନସଭା ଅଧିବେଶନରେ ରାଜ୍ୟରେ ଥିବା ସମସ୍ତ ସରକାରୀ ପ୍ରାଥମିକ ସ୍କୁଲ, ଉଚ୍ଚ ପ୍ରାଥମିକ ସ୍କୁଲ ଓ ଉଚ୍ଚ ବିଦ୍ୟାଳୟରେ ଭିତ୍ତିଭୂମି କିଭଳି ରହିଛି । ଏପରିକି କେତେ ସଂଖ୍ୟକ ଛାତ୍ରଛାତ୍ରୀ ସରକାରୀ ସ୍କୁଲ ଛାଡି ଘରୋଇ ବିଦ୍ୟାଳୟ ଯାଇଛନ୍ତି ସେନେଇ ବିଜେପି ବିଧାୟକ ମୋହନ ଚରଣ ମାଝୀ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ ।

ରାଜ୍ୟରେ ଥିବା ସ୍କୁଲ ଗୁଡିକର ସ୍ଥିତି କେମିତି ରହିଛି ତାହାର ସମସ୍ତ ତଥ୍ୟ ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ବିଜେପି ବିଧାୟକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମନ୍ତ୍ରୀ ସମୀର ଦାଶ କହିଛନ୍ତି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ରାଜ୍ୟରେ ଥିବା ସମସ୍ତ ୫୧୪୩୪ ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ପିଇବା ପାଣି ବ୍ୟବସ୍ଥା ଥିବା ବେଳେ ୩୪୩୯୪ ସ୍କୁଲରେ ପାଣି ସହ ଶୌଚାଳୟ ବ୍ୟବସ୍ଥା ନାହିଁ । ସେହିପରି ୩୫୬୭୯ଟି ବିଦ୍ୟାଳୟରେ ବିଜୁଳିର ବ୍ୟବସ୍ଥା ନାହିଁ । ୩୭୬୪୫ଟି ସ୍କୁଲରେ ଖେଳ ପଡିଆ ନାହିଁ । ୧୬୩୬୮ଟି ବିଦ୍ୟାଳୟରେ ପାଚେରୀ ନାହିଁ ।୨୪୫୧ଟି ସ୍କୁଲରେ ପାଠାଗାର ନାହିଁ । କେବଳ ଏତିକି ନୁହେଁ ବଡ଼ କଥା ହେଲା ବର୍ତ୍ତମାନ ରାଜ୍ୟର ୯୦ଟି ବିଦ୍ୟାଳୟରେ କଳାପଟା ହିଁ ନାହିଁ ।

  • Tags:

Subscribe

National International State Sports Entertainment