ଭୁବନେଶ୍ୱର, ଅଗଷ୍ଟ ୧(ଖବର ଓଡିଶା):
ଆଜିଠୁ ରାଜ୍ୟର ସବୁ ସରକାରୀ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଆରମ୍ଭ ହୋଇଛି । ତେବେ ଉଚ୍ଚଶିକ୍ଷା ଅଧୀନ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯାଇଛି ।
ପ୍ରତିଦିନ ୧୦ଟାରୁ ୧୧ଟା ୩୦, ମଧ୍ୟାହ୍ନ ୧୨ଟା୩୦ରୁ ୨ଟା ଏବଂ ଅପରାହ୍ଣ ୩ଟାରୁ ୪ଟା ୩୦ ମଧ୍ୟରେ ତିନୋଟି ସେସନରେ ପରୀକ୍ଷା ଅନୁଷ୍ଠିତ ହେବ । ଏହାସହିତ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ଲାଗି ଅତିରିକ୍ତ ୩୦ ମିନିଟ୍ ସମୟ ଦିଆଯିବ ।
ସେପଟେ ଅଗଷ୍ଠ ୧୨ରୁ ୨୦ ମଧ୍ୟରେ ପ୍ରାର୍ଥୀମାନେ ନିଜର ସ୍ନାତକ ମାର୍କ ଅପଲୋଡ୍ କରିବେ । ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଗଷ୍ଟ ୨୨ ସୁଦ୍ଧା ଓକାକ କର୍ତ୍ତୃପକ୍ଷଙ୍କୁ ପ୍ରବେଶିକା ପରୀକ୍ଷା ମାର୍କ ହସ୍ତାନ୍ତର କରାଯିବ ।