ନୂଆଦିଲ୍ଲୀ କୌଶଳ ଭବନରେ `ସ୍କିଲ୍ ଇଣ୍ଡିଆ ଡିଜିଟାଲ୍'ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଶୁଭାରମ୍ଭ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବୋଧନ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସରେ ରହିଛି ସ୍କିଲ୍ ଇଣ୍ଡିଆ ଡିଜିଟାଲ୍। ଆମେ ଡିଜିଟାଲ୍ ମାଧ୍ୟମରେ ବିକାଶର ଶିଖର ଛୁଇଁ ପାରିବା। କୁଇ ଭାଷାଭାଷୀ ଲୋକେ ସ୍କିଲ୍ ଇଣ୍ଡିଆ ଡିଜିଟାଲ୍ ପୋର୍ଟାଲରେ ସାମିଲ୍ ହୁଅନ୍ତୁ। ଯାହା ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଏହା ବଡ ଉପଲବ୍ଧି ଭାବେ ପରିଗଣିତ ହେବ। ଚଳିତ ବର୍ଷ ଆୟୋଜିତ ଜି-୨୦ ସମ୍ମିଳନୀରେ ଆଜିର କାର୍ଯ୍ୟକ୍ରମକୁ ନେଇ ମଧ୍ଯ ଆଲୋଚନା ହୋଇଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି। ଆଜି ଦୁନିଆ ଭାରତର ଏହି ମଡେଲକୁ ଉତ୍ସାହର ସହ ଦେଖୁଛି ।
ବିଶ୍ବରେ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ତଥା ଦକ୍ଷତା ଅଭାବକୁ ଦୂର କରିବା ପାଇଁ ଭାରତର ଏହି ପଦକ୍ଷେପ ଓ ସହମତି ଭାରତର ସଫଳ ଜି -୨୦ ସଭାପତିତ୍ୱରେ କେନ୍ଦ୍ରବିନ୍ଦୁ ଥିଲା। ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ସୃଷ୍ଟି ଦିଗରେ ଆଉ ଏକ ପାଦ ନେଇ ସ୍କିଲ୍ଇଣ୍ଡିଆ ଭାରତର ବିବିଧ ଜନସଂଖ୍ୟାର ଦକ୍ଷତା ଆବଶ୍ୟକତାକୁ ସମାଧାନ କରିବା ପାଇଁ ଏକ ମୁକ୍ତ ଉତ୍ସ ପ୍ଲାଟଫର୍ମ ସୃଷ୍ଟି କରିଛି | ଭାରତକୁ ଏକ ବିଶ୍ୱ ଦକ୍ଷତା ହବ୍ ଭାବରେ ପ୍ରତିଷ୍ଠା କରିବା ଦିଗରେ ସ୍କିଲ୍ ଇଣ୍ଡିଆ ଡିଜିଟାଲ୍ ହେଉଛି ଆଉ ଏକ ପଦକ୍ଷେପ |
ଏହି ଶୁଭାରମ୍ଭ ଉତ୍ସବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଙ୍କ ସହ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ର ଶେଖର ମଧ୍ଯ ଉପସ୍ଥିତ ଥିଲେ । ସ୍କିଲ୍ ଇଣ୍ଡିଆ ଡିଜିଟାଲ୍ ଏକ ଅତ୍ୟାଧୁନିକ ଡିଜିଟାଲ୍ ପ୍ଲାଟଫର୍ମ ଅଟେ | ଶିକ୍ଷା ଏବଂ ଦକ୍ଷତା ବିକାଶରେ ଏକ ବିପ୍ଳବ, ସ୍କିଲ୍ ଇଣ୍ଡିଆ ଡିଜିଟାଲ୍ ସମସ୍ତଙ୍କ ପାଇଁ, ଯେକୌଣସି ସ୍ଥାନରେ, ଯେକୌଣସି ସମୟରେ ଦକ୍ଷତା ଶିକ୍ଷା ଦେବାକୁ ସକ୍ଷମ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।