ଘରୋଇ ସ୍କୁଲ ଫି ହ୍ରାସ ପ୍ରସଙ୍ଗ, ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଲେ ହାଇକୋର୍ଟ
Khabar Odisha:Private-School-fee-hike-matter-in-highcourt
ଭୁବନେଶ୍ୱର,ନଭେମ୍ବର 23(ଖବର ଓଡିଶା)

ଘରୋଇ ସ୍କୁଲ ଫି ହ୍ରାସ ପ୍ରସଙ୍ଗରେ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି  । ରାଜ୍ୟ ସରକାର କେତେ ପରିମାଣର ଫି ହ୍ରାସ କରିପାରିବେ ସେନେଇ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରିବାକୁ ଏଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ  ।  କେତେ ପ୍ରତିଶତ ଫି କମାଇ ହେବ, ତାହା ସତ୍ୟପାଠ ଜରିଆରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଡିସେମ୍ବର ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

କରୋନା କଟକଣା ଯୋଗୁଁ ସ୍କୁଲ ଗୁଡିକ ବନ୍ଦ ରହିଛି  । ତେବେ ଛାତ୍ରଛାତ୍ରୀମାନେ ସ୍କୁଲକୁ ଆସୁ ନ ଥିବା ବେଳେ ବେସରକାରୀ ସ୍କୁଲମାନେ ଫି କମାଇବା ନେଇ କୌଣସି ପଦକ୍ଷେପ ନେଇନାହାନ୍ତି   । ଘରୋଇ ସ୍କୁଲ ଫି ଅବିଭାବକଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି   ଏହାକୁ ବିରୋଧ କରି ଅବିଭାବକ ସଂଘ ସ୍କୁଲ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପିଲା ଯେତେବେଳେ ସ୍କୁଲ ଯାଉ ନାହାନ୍ତି ତ ଅବିଭାବକମାନେ କାହିଁକି ମାସିକ ଦେୟ ଦେବେ ବୋଲି ସେମାନେ ଅଭିଯୋଗ କରିଥିଲେ । ଏ ନେଇ ରାଜ୍ୟସରକାରଙ୍କର କିଛି ସ୍ୱତନ୍ତ୍ର ଗାଇଡଲାଇନ ନ ଥିବା ବେଳେ ବେସରକାରୀ ସ୍କୁଲ ସଂଘ ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ମାଧ୍ୟମରେ ଶିକ୍ଷାଦାନ କରାଯାଉଥିବା କହିଥିଲେ । 

  • Tags:

Subscribe

National International State Sports Entertainment