ଦେଶର ଶ୍ରେଷ୍ଠ ବିଦ୍ୟାଳୟ ତାଲିକାରେ ଓଡ଼ିଶାର ୨ ଆଦର୍ଶ ବିଦ୍ୟାଳୟ
Khabar Odisha:Odisha-has-2-model-schools-in-the-list-of-the-best-schools-in-the-country

ଗଞ୍ଜାମ : ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷା ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ ସଫଳ ହୋଇଛି । ଅଲ୍ ଇଣ୍ଡିଆ ସ୍କୁଲ ର‌୍ୟାକିଙ୍ଗ୍ ୨୦୨୦ ତାଲିକାରେ ସ୍ଥାନ ପାଇଛି ରାଜ୍ୟର ଓଡ଼ିଶା ଆଦର୍ଶ ବିଦ୍ୟାଳୟ । 

ସାଧାରଣ ବର୍ଗରେ ଗଞ୍ଜାମ ଜିଲ୍ଲା ହାତୀଓଟା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପୁରା ଦେଶର ଶ୍ରେଷ୍ଠ ବିଦ୍ୟାଳୟ ତାଲିକାରେ ୫ମ ସ୍ଥାନରେ ଥିବା ବେଳେ ଆବାସିକ ବର୍ଗରେ ବଲାଙ୍ଗୀର ଜିଲ୍ଲା ସଦର ବ୍ଳକ୍ ଅନ୍ତର୍ଗତ ପଥରଚେପା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମଧ୍ୟ ୫ମ ସ୍ଥାନରେ ହାସଲ କରିଛି ।

ଅତ୍ୟାଧୁନିକ ଶିକ୍ଷା ଭିତିଭୂମିର ବିକାଶ ସହିତ ରାଜ୍ୟର ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ଓଡିଶା ସରକାର ୨୦୧୫ରେ ସିବିଏସି ଢାଞ୍ଚାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ବର୍ତମାନ ସୁଦ୍ଧା ରାଜ୍ୟରେ ୩୧୪ ବ୍ଳକ୍‌ରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହେଇସାରିଛି ।

ଗୋଟିଏ ପଟେ ରାଜ୍ୟ ସରକାର ତାଙ୍କ ଦ୍ୱାରା ନିର୍ମିତ ଆଦର୍ଶ ବିଦ୍ୟାଳୟର ସଫଳତାକୁ ନେଇ ଖୁସି ବ୍ୟକ୍ତ କରୁଥିବା ବେଳେ ଅନ୍ୟପଟେ ଏବେବି ରାଜ୍ୟର ଅନେକ ସରକାରୀ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିରହିଛି ।

https://twitter.com/CMO_Odisha/status/1326467790040129536?s=20

  • Tags:

Subscribe

National International State Sports Entertainment