ଖବର ଓଡିଶା : 13/05/2023:
ଶିକ୍ଷକତା ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଇଁ ଏବେ ମିଳିଛି ଖୁସି ଖବର । ଏଣିକି ଥରେ OTET(Odisha Teacher Eligibility Test)ରେ ସଫଳ ହେଲେ ଆଉ ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ପୂର୍ବରୁ OTETର ବୈଧତା ୭ ବର୍ଷ ଥିବାବେଳେ ରାଜ୍ୟ ସରକାର ଏହାକୁ ଲାଇଫ ଟାଇମ ପାଇଁ ବଢ଼ାଇ ଦେଇଛନ୍ତି । ଏଥର ଯେଉଁ ପ୍ରାର୍ଥୀ ଥରେ OTETରେ ସଫଳ ହେବେ ସେ ଶିକ୍ଷକତା ପାଇଁ ଆବେଦନ କରିବାକୁ ଯୋଗ୍ୟ ବିବେଚିତ ହେବେ। ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଶିକ୍ଷକତା ପାଇଁ OTETରେ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ। ଏନେଇ ଗତକାଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି।