ପାଠ୍ୟକ୍ରମରେ ସାମିଲ ହେବ ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ କାହାଣୀ
Khabar Odisha:National-odisha-wing-commander-abhinandan-in-textbooks
ଜୟପୁର, ମାର୍ଚ୍ଚ୦୬(ଖବର ଓଡ଼ିଶା):

ରାଜସ୍ଥାନରେ ଏବେ ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ପରାକ୍ରମ ଓ ସାହାସ ଏବେ ପାଠ୍ୟପୁସ୍ତକରେ ସାମିଲ ହେବାକୁ ଯାଉଛି। ଏବେ ପିଲା ପଢିଲେ ଅଭିନନ୍ଦନଙ୍କ ଶୌର୍ଯ୍ୟ ଓ ସାହସିକତା ବିଷୟରେ। ଭାରତୀୟ ବାୟୁସେନାର ଏ ହେଉଛନ୍ତି ସେହି ଅଭିନନ୍ଦନ, ଯିଏ ନିୟନ୍ତ୍ରଣ ରେଖା(ଏଲଓସି) ଅତିକ୍ରମ କରି ଭାରତତରେ ପଶିଥିବା ପାକିସ୍ତାନରର ଏକ ଏଫ-୧୬ ଲଢୁଆ ବିମାନକୁ ମିଗ-୨୧ ବାଇନସ ଜରିଆରେ ମାରି ତଳେ ଖସାଇ ଦେଇଥିଲେ।

ରାଜସ୍ଥାନର ଶିକ୍ଷାମନ୍ତ୍ରୀ ଗୋବିନ୍ଦ ସିଂହ ଡୋଟାସରା କହିଛନ୍ତି ଯେ, ଆମର ସେନା ନିଜର ଜୀବନ ପ୍ରାଣବଳୀ ଦେଇ ଆମକୁ ସୁରକ୍ଷିତ ରଖୂଛନ୍ତି। ଆମ ଯବାନଙ୍କ ଅଦ୍ୟମ ସାହାସ ଆଗାମୀ ପିଢି ପାଇଁ ପ୍ରେରଣାର ସ୍ରୋତ ହେଉ, ଏହାକୁ ଦୃଷ୍ଟିରେ ରଖି  ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ସହିତ ଜଡ଼ିତ ଘଟଣାକୁ ପାଠ୍ୟକ୍ରମରେ ସାମିଲ କରାଯିବ। 

ପିଓକରେ ପହଞ୍ଚିଥିଲେ ଓ୍ଵିଙ୍ଗ କମାଣ୍ଡର 

ଉଲ୍ଲେଖଯୋଗ୍ୟ, ଫେବୃଆରୀ ୨୭ ସକାଳେ ଭାରତ ସୀମାରେ ୨୪ ପାକିସ୍ତାନୀ  ଲଢୁଆ ବିମାନ ପଶି ଆସିଥିଲେ। ପଡୋଶୀ ଦେଶର ଏହି ବିମାନ ଭାରତୀୟ ସେନା ପ୍ରତିଷ୍ଠାନ ଉପରେ ହମଲା କରିବାକୁ ପ୍ରୟାସ କରିଥିଲେ। ମାତ୍ର ପୂର୍ବରୁ ସତର୍କ ଭାରତୀୟ ବାୟୁସେନା ମୁହଁତୋଡ଼ ଜବାବ ଦେଇଥିଲେ। ଫଳରେ ପାକ୍ ବିମାନକୁ ପଳାୟନ କରିବାକୁ ପଡ଼ିଥିଲା। ଏହି ସମୟରେ ଅଭିନନ୍ଦନ ମିଗ୍ ୨୧ ଜରିଅାରେ ପାକ୍ ଲଢୁଆ ବିମାନକୁ ପିଛା କରି ଏଫ ୧୬କୁ ମାରି ଖସାଇ ଦେଇଥିଲେ। ଦୁର୍ଭାଗ୍ୟବଶତଃ ମିଗ୍ ୨୧ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଓ୍ଵିଙ୍ଗ କମାଣ୍ଡର ପାରାଚ୍ୟୁଟ ଜରିଆରେ  ଅଭିନନ୍ଦନ ଓହ୍ଲାଇବାକୁ ପ୍ରୟାସ କରିବା ବେଳେ ଏଲଓସି ଅତିକ୍ରମ କରି ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ରେ ଖସି ପଡ଼ିଥିଲେ। ଏହା ପରେ ପାକିସ୍ତାନୀ ସେନା ତାଙ୍କୁ ଧରି ନେଇଥିଲା। ମାତ୍ର ଅନ୍ତରାଷ୍ଟ୍ରୀୟ ଚାପ ପରେ ପାକିସ୍ତାନ ତାଙ୍କୁ ଛାଡ଼ି ଦେଇଥିଲା।

ପୁଣି ଥରେ କକପିଟକୁ ଫେରିବାକୁ ଚାହୁଁଛନ୍ତି ଅଭିନନ୍ଦନ

୬୦ ଘଣ୍ଟା ପାକିସ୍ତାନ କବଜାରେ ରହିବା ପରେ ଫେରିଥିବା ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଉତ୍ସାହ ପୂର୍ବପରି ରହିଛି। ପାକ୍ କବଜାରେ ଥିବା ସମୟରେ ବି ସେ ଅଦ୍ୟମ ସାହାସର ପରିଚୟ ଦେଇଥିଲେ। ଏଫ-୧୬କୁ ମାରି ଖସାଇବା ପରେ ଦେଶର  ହିରୋ ସାଜିଥିବା ଅଭିନନ୍ଦନ ପୁଣି ଥରେ କକପିଟକୁ ଫେରିବାକୁ ଚାହୁଁଥିବା  ବାୟୁ ସେନାର ବରିଷ୍ଠ ଅଧିକାରୀଙ୍କୁ କହିଛନ୍ତି। 

  • Tags:

Subscribe

National International State Sports Entertainment