ବରଗଡ଼: ଇନଷ୍ଟିଟ୍ୟୁସନ ଅଫ ଇଞ୍ଜିନିୟରସରେ ବୈଷୟିକ ବୟନ ଶୀର୍ଷକ ଜାତୀୟ ଆଲୋଚନା ଚକ୍ର ଇନଷ୍ଟିଟ୍ୟୁସନ ଅଫ ଇଞ୍ଜିନିୟରସ ଏବଂ ଓ.ୟୁ.ଟି.ଆରର ସହ ଭାଗିତାରେ ଅନୁଷ୍ଠିତ ହୋଇଯାଇଅଛି।
ଏଥିରେ ମୁଖ୍ୟ ଅତିଥି ଭାବରେ ଉଚ୍ଚଶିକ୍ଷା, କ୍ରୀଡା, ଯୁବ ବ୍ୟପାର ଏବଂ ସଂସ୍କୃତି ବିଭାଗ ର ରାଜ୍ୟମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜ, ମୁଖ୍ୟବକ୍ତା ଭାବରେ ଆଇ.ଆଇ.ଟି, ଦିଲ୍ଲୀର ପ୍ରଫେସର ଡ଼ଃ ବି. କେ. ବେହେରା, ସମ୍ମାନିତ ଅତିଥି ଭାବେ ରାଜ୍ୟ ବୟନ ଶିଳ୍ପ ବିଭାଗର ପୂର୍ବତନ ଅତିରିକ୍ତ ନିର୍ଦେଶକ ଶ୍ରୀଯୁକ୍ତ ଆନନ୍ତପାଦ ଦାଶ ଯୋଗ ଦେଇଥିଲେ।
ଇନଷ୍ଟିଟ୍ୟୁସନ ଅଫ ଇଞ୍ଜିନିୟରସ,ଓଡିଶା ଶାଖାର ଅଧ୍ୟକ୍ଷ ପ୍ରଫେସର ଡ଼ଃ ସୁଧାଂଶୁ ଶେଖର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠାନର ସମ୍ପାଦକ ଇଂ ସଂଗ୍ରାମ କେଶରୀ ପଟ୍ଟନାୟକ ଓ ଆବାହକ ଡ଼ଃ କେଦାର ନାଥ ଦାଶ ଉପରୋକ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନl କରିଥିଲେl ଦୀପ ପ୍ରଜ୍ବଳନ ଓ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପରେ, ଇନଷ୍ଟିଟ୍ୟୁସନ ଅଫ ଇଞ୍ଜିନିୟରସ,ଓଡିଶା ଶlଖାର ଅଧ୍ୟକ୍ଷ, ସମ୍ପାଦକ ଓ ଆବାହକ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।
ଏହି ଆଲୋଚନା ଚକ୍ରରେ ୨୦୦ ରୁ ଉର୍ଦ୍ଧ ଇଂଞ୍ଜିନିୟର, ଶିକ୍ଷାବିତ, ଗବେଷକ, ଶିଳ୍ପଉଦଦୋଗୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଭାଗ ନେଇଥିଲେ ଏବଂ ବୈଷୟିକ ଅଧିବେଶନ ରେ ନିଜର ଗବେଷଣା ମୂଳକ ନିବନ୍ଧ ଉପସ୍ଥାପନ କରିଥିଲେ।