ଘୁଞ୍ଚିଲା ନିଟ ୟୁଜି କାଉନସେଲିଂ । ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ କାଉନସେଲିଂକୁ ଘୁଞ୍ଚାଇବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଅଲ ଇଣ୍ଡିଆ କୋଟା ପାଇଁ ଆଜିଠାରୁ କାଉନସେଲିଂ ହେବାର ଥିଲା । କିନ୍ତୁ ତାକୁ ସ୍ଥଗିତ ରଖାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ଯନ୍ତ ଏହି କାଉନସେଲିଂକୁ ଘୁଞ୍ଚାଇ ଦିଆଯାଇଥିବା ଏନଟିଏ ତରଫରୁ ସୂଚନା ମିଳିଛି।
ଗତ ମେ’ ୫ ତାରିଖରେ ହୋଇଥିଲା ମେଡିକାଲ ଏଣ୍ଟ୍ରାନ୍ସ ନିଟ୍ । ପ୍ରଶ୍ନପତ୍ର ଲିକ୍, ଅନିୟମିତତା ଅଭିଯୋଗ ବିବାଦ ପରେ ଜୁନ୍ ୨୩ରେ ୧୫୬୩ ପିଲାଙ୍କୁ ପୁଣି ଥରେ ପରୀକ୍ଷା ଦେବାର ସୁଯୋଗ ଦିଆଯାଇଥିଲା। ତାର ରେଜଲ୍ଟ ଜୁଲାଇ ୧ରେ ବାହାରିଥିଲା। ଏହା ପରେ ଆଜି କାଉନସେଲିଂ ହେବାର ଥିଲା। କିନ୍ତୁ ତାକୁ ଏବେ ଘୁଞ୍ଚାଇ ଦିଆଯାଇଛି। ଏହା ଦ୍ବାରା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ପୁଣି ଅନିଶ୍ଚିତତାରେ ରହିଛନ୍ତି।