ଆସିଲା ମାଟ୍ରିକ ପରୀକ୍ଷା ସୂଚୀ, ୩୦ ମାର୍କ ସବଜେକ୍ଟିଭ୍ ଓ ୫୦ ମାର୍କ ଅବଜେକ୍ଟିଭ୍ ପ୍ରଶ୍ନ ଭୁବନେଶ୍ୱର, ମାର୍ଚ୍ଚ ୧୪(ଖବର ଓଡିଶା): Share story: ଆସିଲା ମାଟ୍ରିକ ପରୀକ୍ଷା ବିସ୍ତୁତ ସୂଚନା । ମାଟ୍ରିକ ପରୀକ୍ଷା ନେଇ ମାଧ୍ୟମିକ ଶିକ୍ଷା ବୋର୍ଡର ବିସ୍ତୁତ ସୂଚନା । ଏପ୍ରିଲ ୨୯ ତାରିଖରୁ ଆରମ୍ଭ ହେବ ପରୀକ୍ଷା । ଏହାସହିତ ମେ ୭ ତାରିଖରେ ମାଟ୍ରିକ ପରୀକ୍ଷା ଶେଷ ହେବ । ସକାଳ ୮ଟାରୁ ଆରମ୍ଭ ହେବ ପରୀକ୍ଷା । ତେବେ ପରୀକ୍ଷା ସମୟ ୨ ଘଣ୍ଟା ରହିବ । କେବଳ ଗଣିତ ବିଷୟ ପାଇଁ ୨ ଘଣ୍ଟା ୧୫ ମିନିଟ୍ ସମୟ ରହିବ । ପରୀକ୍ଷା ୮୦ ମାର୍କ ବିଶିଷ୍ଟ ହେବ । ୫୦ ମାର୍କ ସଂକ୍ଷିପ୍ତ ଏବଂ ୩୦ ମାର୍କ ଦୀର୍ଘ ଉତ୍ତରମୂଳକ ରହିବ । ସଂକ୍ଷିପ୍ତ ଉତ୍ତରମୂଳକ ୫୦ ମାର୍କ ଓଏମଆର ସିଟରେ ପରୀକ୍ଷା ଦେବେ । ଏହାସହିତ ପରୀକ୍ଷାରେ ୪ ସେଟ୍ ପ୍ରଶ୍ନପତ୍ର ରହିବ । ଖବର ଓଡ଼ିଶା, Reporter, 14/03/2022