ଆଜି ମାଟ୍ରିକ ରେଜଲ୍ଟ. ୨ଟା ପରେ ଦୁଇଟି ୱେବସାଇଟରେ ଲଗ ଇନ କରି ଦେଖିପାରିବେ ରେଜଲ୍ଟ ଭୁବନେଶ୍ୱର, ଜୁଲାଇ ୬(ଖବର ଓଡିଶା): Share story: ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଦିନ ଗୋଟାଏରେ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ । ପରୀକ୍ଷା ଫଳ ପ୍ରକାଶ କରିବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ବୋର୍ଡ ୱେବସାଇଟରୁ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ । ଦିନ ୨ଟାରେ ପରୀକ୍ଷା ଫଳ ବୋର୍ଡ ୱେବସାଇଟ www.bseodisha.ac.in ଓ www.bseodisha.nic.inରେ ଉପଲବ୍ଧ ହେବ । ଏପ୍ରିଲ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ମେ ୭ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ତେବେ ଚଳିତ ବର୍ଷ ୩,୨୦୩ ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଖବର ଓଡ଼ିଶା, Reporter, 05/07/2022