ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ୨୬ ତାରିଖ ସକାଳ ୧୦ .୩୦ରେ ରେଜଲ୍ଟ ପ୍ରକାଶ ପାଇବ । ଆଜି ପ୍ରେସମିଟ କରି ବୋର୍ଡ଼ ସଭାପତି ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି । ରବିବାର ଦିନ ୧୧.୩୦ ଟା ସୁଦ୍ଧା ୱେବସାଇଟରେ ରେଜଲ୍ଟ ପ୍ରକାଶ ପାଇବ । ଯେଉଁ ଅଞ୍ଚଳରେ ଇଣ୍ଟରନେଟ ସୁବିଧା ନଥିବ ସେଠାରେ ଛାତ୍ରଛାତ୍ରୀ ମାନେ ଏସଏମଏସ ଜରିଆରେ ପରୀକ୍ଷା ଫଳ ଜାଣିପାରିବେ । ବୋର୍ଡ ୱେବସାଇଟ www.bseodisha.ac.in ଜରିଆରେ ନିଜର ପରୀକ୍ଷା ଫଳ ଜାଣିପାରିବେ |
ଏସଏମଏସରେ ରେଜଲ୍ଟ ଜାଣିବାକୁ OR10<Roll No>ଲେଖି ୫୬୭୬୭୫୦ କୁ ପଠାଇବେ । ଏଥିସହ ଅପରାହ୍ନ ୪ଟା ସୁଦ୍ଧା ଡିଜିଟାଲ ସାର୍ଟିଫିକେଟ୍ ଡାଉନଲୋଡ୍ କରିହେବ ବୋଲି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ।
ସେହିପରି ଛାତ୍ରଛାତ୍ରୀମାନେ ଆସନ୍ତା ମେ ୨୯ ତାରିଖରୁ ଜୁନ ୧୨ ତାରିଖ ମଧ୍ୟରେ ଖାତା ଚେକିଂ ପାଇଁ ଆବେଦନ କରିପାରିବେ ।