ମେ' ୨୬ ରୁ ମାଟ୍ରିକ ପରୀକ୍ଷା ମୂଲ୍ୟାୟନ, ଜୁଲାଇ ଶେଷ ସୁଦ୍ଧା ବାହାରିବ ପରୀକ୍ଷା ଫଳ
Khabar Odisha:Matric-evaluation-from-may-26
ଭୁବନେଶ୍ୱର, ମେ ୨୧ ( ଖବର ଓଡ଼ିଶା):

 ଆସନ୍ତା ମେ ୨୬ ତାରିଖରୁ ମାଟ୍ରିକ ମୂଲ୍ୟାୟନ ଆରମ୍ଭ ହେବ | ସାମାଜିକ ଦୂରତ୍ୱ ଅବଲମ୍ବନ କରି ମାଟ୍ରିକ ଖାତା ଦେଖା ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି |

କରୋନା ଓ ବାତ୍ୟା ଅମ୍ଫାନ୍ ପାଇଁ ମାଟ୍ରିକ ଖାତା ମୂଲ୍ୟାୟନ ବିଳମ୍ବ ହୋଇଛି । ତେଣୁ ଆଜି ବୈଠକ ରେ ମେ ୨୬ ତାରିଖରୁ ମାଟ୍ରିକ ମୂଲ୍ୟାୟନ ଆରମ୍ଭ କରିବାକୁ ନିଷ୍ପତି ହୋଇଛି ।  ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ବିଭାଗ ପକ୍ଷରୁ ଚିଠି ଲେଖି ଖାତାଦେଖା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ କୋଭିଡ୍-୧୯ ଗାଇଡଲାଇନ୍ କୁ ପାଳନ କରି ଖାତାଦେଖା ଆରମ୍ଭ କରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ତେବେ ପ୍ରତି ମୂଲ୍ୟାୟନ କେନ୍ଦ୍ର ପାଇଁ ଜଣେ ନୋଡାଲ ଅଫିସର ଏବଂ ଜଣେ ଓଆରଏସ ଅଫିସରଙ୍କ ରହିବା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କୋଭିଡ୍-୧୯ ନିୟମାବଳୀ ଅନୁସାରେ ସାମାଜିକ ଦୂରତା  ରଖି ଆସନ୍ତା ୨୬ରୁ ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ଆରମ୍ଭ କରିବାକୁ ଚିଠି ଜରିଆରେ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ରେଜଲ୍ଟ ବାହାରିବ   ।

  • Tags:

Subscribe

National International State Sports Entertainment