ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ, ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ରହିଛି ପାସ୍ ହାର
Khabar Odisha:Khurda-district-has-the-highest-pass-rate-in-combined-arts-and-vocational-examination-results
ଭୁବନେଶ୍ୱର, ଅଗଷ୍ଟ ୮(ଖବର ଓଡିଶା):

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଫିସରେ ପରିଷଦର ଅଧ୍ୟକ୍ଷ ପରୀକ୍ଷା ଫଳ ଘୋଷଣା କରିଛନ୍ତି । ଚଳିତବର୍ଷ ଯୁକ୍ତ ୨ କଳାରେ ପାସହାର ୮୨.୧୦ ପ୍ରତିଶତ ରହିଛି । 

ତେବେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ପାସହାର ରହିଥିବା ବେଳେ ନବରଙ୍ଗପୁରରେ ଯୁକ୍ତ ଦୁଇ କଳା ଛାତ୍ରଛାତ୍ରୀଙ୍କ ପାସ୍‌ହାର ସବୁଠୁ ନିରାଶଜନକ ରହିଛି । 

ଚଳିତ ବର୍ଷ ଯୁକ୍ତ ୨ କଳାରେ ୨ ଲକ୍ଷ ୮ ହଜାର ୬୩୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ୧ ଲକ୍ଷ ୭୧ ହଜାର ୨୮୮ ଜଣ ପରୀକ୍ଷାର୍ଥୀ ପାସ କରିଥିବା ଜଣାପଡିଛି । ସେହିପରି ଯୁକ୍ତ ୨ କଳାରେ ପାସହାର ୮୨.୧୦ ପ୍ରତିଶତ ରହିଛି । 

ପରୀକ୍ଷାର୍ଥୀମାନେ www.orissaresults.nic.in ୱେବସାଇଟ୍ ଜରିଆରେ ନିଜର ରେଜଲ୍ଟ ଜାଣିପାରିବେ ବୋଲି ସୂଚନା ଦିଆଯାଇଛି ।

  • Tags:

Subscribe

National International State Sports Entertainment