ହାଇଦ୍ରାବାଦ୍: ତେଲେଙ୍ଗାନାରେ ଜଣେ ସରକାରୀ ଶିକ୍ଷକଙ୍କ ପ୍ରତି ବିରଳ ସମ୍ମାନ ପ୍ରଦର୍ଶନ କରାଯାଇଛି। ଜନଗାନ୍ ଜିଲ୍ଲାର ପୋନାକଲ ଗାଁରେ ଜେ ଶ୍ରୀନିବାସ ନାମକ ଜଣେ ଶିକ୍ଷକଙ୍କ ନିକଟରେ ବଦଳି ହୋଇଥିଲା। ଶ୍ରୀନିବାସଙ୍କୁ ତାଙ୍କର ୨୫୦ ଛାତ୍ରଛାତ୍ରୀମାନେ ବିରଳ ଶୈଳୀରେ ସମ୍ମାନ କରିଥିଲେ। ବିଦ୍ୟାଳୟର ଅଧିକାଂଶ ଛାତ୍ରଛାତ୍ରୀ ବଦଳି ବାତିଲ କରିବା ବଦଳରେ ନିଜେ ଶିକ୍ଷକଙ୍କ ସହିତ ନୂଆ ସ୍କୁଲରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଥିଲେ।
୫୩ ବର୍ଷୀୟ ଶ୍ରୀନିବାସ ପୋନାକଲ ଗାଁର ସରକାରୀ ସ୍କୁଲରେ ଶିକ୍ଷକ ଥିଲେ। ତାଙ୍କର ବଦଳି ପରେ ପାଖାପାଖି ୧୩୩ ଜଣ ଛାତ୍ରଛାତ୍ରୀ ତାଙ୍କ ସହିତ ଅକ୍କାପେଲିଗୁଡ଼ା ସ୍କୁଲରେ ନାମ ଲେଖାଇଥିଲେ। ଏହା ନୂଆ ସ୍କୁଲ ଏବଂ ପୁରୁଣା ବିଦ୍ୟାଳୟ ଠାରୁ ୩କିମି ଦୂର। ସାଧାରଣତଃ ଆଦର୍ଶ ଶିକ୍ଷକଙ୍କ ବଦଳି ହେଲେ ପିଲାମାନେ ବିଦ୍ୟାଳୟ ଫାଟକ ଆଗରେ ତାଲା ଦେଇ ଆନ୍ଦୋଳନ କରିଥାନ୍ତି। ବଦଳି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥାନ୍ତି। କିନ୍ତୁ ଶ୍ରୀନିବାସଙ୍କ କ୍ଷେତ୍ର ଅଲଗା ହୋଇଛି। ପିଲାମାନେ ନିଜ ପସନ୍ଦର ଶିକ୍ଷକଙ୍କ ସହିତ ବିଦ୍ୟାଳୟ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି।
ଜିଲ୍ଲା ଶିକ୍ଷା ଅଧିକାର ଏସ୍ ୟଦୟା କହିଛନ୍ତି, ଏହା ଏକ ବିରଳ ଘଟଣା। ଛାତ୍ରଛାତ୍ରୀମାନେ ନିଜର ପ୍ରିୟ ଶିକ୍ଷକଙ୍କ ସହିତ ଭାବନାତ୍ମକ ଭାବେ ଜଡ଼ିତ ଥାଆନ୍ତିନ୍ତି। ଶିକ୍ଷକଙ୍କ ବଦଳିରେ ସେମାନେ ଯନ୍ତ୍ରଣା ଅନୁଭବ କରିନ୍ତି। କିନ୍ତୁ ନିଜ ଶିକ୍ଷକଙ୍କ ବଦଳି ହେଲା ପରେ ପିଲାମାନେ ନିଜେ ସ୍କୁଲ ବଦଳାଇବା ଘଟଣା ଆଗରୁ ମୁଁ ଜାଣି ନଥିଲି। ଶ୍ରୀନିବାସଙ୍କ ବଦଳି ଖବର ପାଇଲା ପରେ ପିଲାମାନେ କାନ୍ଦିଛନ୍ତି।
ଅନ୍ୟପଟରେ ଶିକ୍ଷକ ଶ୍ରୀନିବାସ ମଧ୍ୟ ନିଜକୁ ଅସହାୟ ମନେ କରିଛନ୍ତି ଏବଂ କହିଛନ୍ତି, ଆଦେଶକୁ ପାଳନ କରିବାକୁ ପଡ଼ିବ। ମାତ୍ର କେହି ଭାବି ପାରି ନଥିବେ ଯେ, ଛାତ୍ରଛାତ୍ରୀମାନେ ଏଭଳି ନିଷ୍ପତ୍ତି ନେବେ। ଶ୍ରୀନିବାସଙ୍କୁ ଗତ ୧ ତାରିଖ ଦିନ ବଦଳି ଆଦେଶ ମିଳିଥିଲା। ଏହା ପରେ ପିଲାମାନେ ନିଜନିଜ ଅଭିବାବଙ୍କୁ ବଦଳି ସଂପର୍କରେ କହିଥିଲେ। ଜୁଲାଇ ୨ରୁ ୩ ତାରିଖ ଭିତରେ ଅଭିଭାବକମାନେ ନିଜନିଜର ୧୩୩ ଜଣ ଛାତ୍ରଛାତ୍ରୀଙ୍କ ସ୍କୁଲ ପରିବର୍ତ୍ତନ କରିଥିଲେ।