ଶିକ୍ଷକଙ୍କ ଖରାଛୁଟି ବାତିଲ କଥା ମୁଁ କହିନି : ସମୀର ଦାସ
Khabar Odisha:Education-Odisha-Samir-Das-Byte-on-Summer-Vacation-Cancel-for-Teachers
ଭୁବନେଶ୍ୱର, ଜାନୁଆରୀ ୧୩(ଖବର ଓଡ଼ିଶା):

ଗ୍ରୀଷ୍ମ ଅବକାଶରେ ଶିକ୍ଷକଙ୍କ ଛୁଟି ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ୟୁ ଟର୍ଣ୍ଣ ମାରିଛନ୍ତି । ଦୁର୍ବଳ ପିଲାଙ୍କୁ ଏକ୍ସଟ୍ରା କ୍ଲାସ କରିବା ପାଇଁ ଶିକ୍ଷକଙ୍କ ଛୁଟି ବାତିଲ ହୋଇଥିବା କଥା ସେ ଜମା କହି ନାହାାଁନ୍ତି ବୋଲି ପ୍ରତିକ୍ରିୟା ଦେଇଛନ୍ତି ।

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ନିଜ ପ୍ରତିକ୍ରିୟା ବଦଳାଇଛନ୍ତି । ସେ ଆଜି କହିଛନ୍ତି ଯେ, ସ୍କୁଲ ଶିକ୍ଷକଙ୍କ ଖରା ଛୁଟି ବାତିଲ କଥା ଜମା କହିନି। ଛୁଟି ବାତିଲ ହେବନି। ରୋଟେସନ ଡ୍ୟୁଟିରେ ଥିବା ଶିକ୍ଷକ ହି ଦୁର୍ବଳ ଛାତ୍ରଛାତ୍ରୀଙ୍କ ଡଏକ୍ସଟ୍ରା କ୍ଲାସ ନେବେ। ଯଦି ଟାଣ ଖରା ଯୋଗୁ ଛାତ୍ର ସ୍କୁଲ ଆସି ପରିଲେ ନାହିଁ, ସେ ସମୟରେ ନିଷ୍ପତ୍ତି ନିଆଯିବ । ଶିକ୍ଷକଙ୍କ ମଧ୍ୟରେ ଚାପା ଅସନ୍ତୋଷ ଦେଖାଦେଇଥିଲା । ହେଲେ କୌଣସି ଶିକ୍ଷକଙ୍କ ଖରା ଛୁଟି ବାତିଲ ହେବ ନାହିଁ ବୋଲି ଆଜି ପ୍ରତିକ୍ରିୟା ଦେଇଛନ୍ତି । 

ଉଲ୍ଲେଖଯୋଗ୍ୟ ଯେ, ଗତ ୯ ତାରିଖରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଶିକ୍ଷକଙ୍କ ଖରାଛୁଟି ବାତିଲ କଥା କହିଥିଲେ । ଗ୍ରୀଷ୍ମ ଅବକାଶରେ ସ୍ୱତନ୍ତ୍ର କ୍ଲାସ ବିଦ୍ୟାଳୟରେ ଚାଲିବ । ଖରାଛୁଟିରେ ଶିକ୍ଷକ ପାଠପଢାରେ ଦୁର୍ବଳ ଥିବା ଛାତ୍ରଛାତ୍ରୀଙ୍କ କ୍ଲାସ ନେବେ । ଶିକ୍ଷକ ଉଜ୍ଜ୍ୱଳ, ଉତଥାନ, ଉତ୍କର୍ଷ ମାଧ୍ୟମରେ ପାଠ ପଢାଇବେ ବୋଲି ସେ କହିଥିଲେ ।

  • Tags:

Subscribe

National International State Sports Entertainment