ଆଜିଠାରୁ ଆରମ୍ଭ ହେଉଛି ମାଟ୍ରିକ ଖାତା ମୂଲ୍ୟାୟନ
Khabar Odisha:Education-Odisha-Matric-exam-valluation-starts-from-today
ଭୁବନେଶ୍ୱର, ମାର୍ଚ୍ଚ ୨୫(ଖବର ଓଡ଼ିଶା):

ଚଳିତ ବର୍ଷର ମାଟ୍ରିକ ଖାତାଦେଖା ଆଜି ଠାରୁ ଆରମ୍ଭ ହେଉଛି । ଚଳିତ ବର୍ଷ ପ୍ରଶ୍ନପତ୍ର ଭାଇରାଲରୁ ଆରମ୍ଭ ହୋଇ ଭାଇରାଲରେ ଶେଷ ହୋଇଥିଲା ମାଟ୍ରିକ ପରୀକ୍ଷା । ଖାତା ମୂଲ୍ୟାଙ୍କନ ପାଇଁ ୬୦ଟି ସେଣ୍ଟରରେ ୧୬୦୩୦ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ କାର୍ଯ୍ୟଭାର ଦିଅଯାଇଛି ।

ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ,କପି ,ଓଏମଆର ସିଟ ଗାଏବ ଭଳି ଅନେକ ବିଭ୍ରାଟ ଦେଖାଦେଇଥିଲା । ମାଟ୍ରିକ ପରୀକ୍ଷା ଖାତାଦେଖା ଆଜି ଠାରୁ ଆରମ୍ଭ ହେଉଛି । ଚଳିତ ବର୍ଷ ମୋଟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫ଲକ୍ଷ ୪୫ହଜାର ୩୬୪ଜଣ ରେଗୁଲାର, ୨୫ହଜାର ୮ଜଣ ଏକ୍ସରେଗୁଲା ଏବଂ ପତ୍ରବିନିମୟରେ ମୋଟ ୨୩୧୭ଜଣ ପରୀକ୍ଷା ଦେଇଛନ୍ତି । ଏଥର ମୂଲ୍ୟାୟନ ପ୍ରକ୍ରିିୟା ପାଇଁ ୬୦ଟି ସେଣ୍ଟର କରାଯାଇଛି । ୧୬୦୩୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଖାତାଦେଖା  ପାଇଁ  ନିଯୋଜନ ହୋଇଛନ୍ତି । କିନ୍ତୁ ଏବେବି ଚାରୋଟି ସେଣ୍ଟରର ୮୭୩ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନିଶ୍ଚିତତା ଘେରରେ ରହିଛି ।

Subscribe

National International State Sports Entertainment